ରାଜ୍ୟରେ ଜାରି ରହିଛି ଶୀତର ଲହରୀ : ଆସନ୍ତା ୪ଦିନ ପର୍ଯ୍ୟନ୍ତ ଲାଗିରହିବ ଶୀତ

30

କନକ ବ୍ୟୁରୋ : ରାଜ୍ୟରେ ଏବେ ଆରମ୍ଭ ହୋଇଛି ହାଡଭଂଗା ଜାଡ । ତେବେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ପାରଦ ଆହୁରି ୧ ଡିଗ୍ରୀ ଖସିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ସାରା ରାଜ୍ୟରେ ତେବେ ବିଶେଷ ଭାବରେ ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି ।

ଫୁଲବାଣୀରେ ପାରଦ ୪ ଦଶମିକ ୬ ଡିଗ୍ରୀ ତଳକୁ ଖସିଥିବା ବେଳେ ଦାରିଙ୍ଗବାଡିରେ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ରହିଛି । ଏହାସହ ୧୦ଟି ସ୍ଥାନରେ ପାରଦ ୧୦ଡିଗ୍ରୀ ତଳକୁ ଖସିଆସିଛି । ଆଗକୁ ମଧ୍ୟ ଶୀତ ଲହରୀ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛି ।

ବର୍ତମାନ ଉତର ଓ ଉତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ପବନ ରାଜ୍ୟ ଭିତରକୁ ପଶିଆସୁଛି । ଯାହାକୁ ସାମୁଦ୍ରିକ ବାୟୁ ପ୍ରତିହତ କରିପାରୁନାହିଁ । ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଥଣ୍ଡା ଆହୁରି ବଢିବ । ପାଗ ଶୁଖିଲା ରହୁଥିବାରୁ ଶୀତ ଲହରୀ ପାଇଁ ବେଶ ଅନୁକୁଳ ପାଗ ସୃଷ୍ଟି ହେଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୪ ଦିନ ଯାଏଁ ଏଭଳି ଶୀତ ଲାଗିରହିବ ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରାଯାଇଛି ।