ହକି ବିଶ୍ୱକପ୍ ଭିଡିଓକୁ ଜୀବନ୍ତ କରିବା ପାଇଁ ଆସିଲା ମ୍ୟୁଜିକ୍ ଭିଡିଓ । ଆସନ୍ତାକାଲି ରିଲିଜ୍ ହେବ ରେହମାନ ପ୍ରସ୍ତୁତ କରିଥିବା ଥିମ୍ ସଙ୍ଗର ଟିଜର

ଆସନ୍ତାକାଲି ରିଲିଜ୍ ହେବ ଓଡିଶା ପୁରୁଷ ହକି ବିଶ୍ୱକପ୍ ୨୦୧୮ ଗୀତର ଟିଜର୍

121

କନକ ବ୍ୟୁରୋ : ଆସନ୍ତାକାଲି ରିଲିଜ୍ ହେବ ହକି ବିଶ୍ୱକପ୍ ଗୀତର ଟିଜର୍ । ଅଫିସିଆଲ ହକି ବିଶ୍ୱକପ୍ ଭିଡିଓକୁ ଜୀବନ୍ତ କରିବା ପାଇଁ ଭାରତୀୟ ସିନେମା ଜଗତର ପ୍ରସିଦ୍ଧ ସଂଗୀତକାର ଏ ଆର ରେହମାନ ପ୍ରଥମ ଥର ପାଇଁ ସେ ସୁପରଷ୍ଟାର ଶାହରୁଖ ଖାନଙ୍କୁ ଏହି ଗୀତରେ ନିର୍ଦ୍ଦେଶନା ଦେଇଛନ୍ତି ।

୧୮ ନଭେମ୍ବର ଅର୍ଥାତ୍ ଆସନ୍ତାକାଲି ସୋଶିଆଲ ମିଡିଆରେ ଗୀତର ଟିଜର ରିଲିଜ୍ ହେବ ବୋଲି ଟ୍ୱିଟ୍ ଜରିଆରେ ଏ ଆର ରେହମାନ ଘୋଷଣା କରଛନ୍ତି । ହକି ବିଶ୍ୱକପ୍ ଗୀତର ଟାଇଟଲ ରହିଛିି ‘ଜୟ ହିନ୍ଦ ହିନ୍ଦ, ଜୟ ଇଣ୍ଡିଆ’ । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏ ଆର ରେହମାନ ଓ ସଂଗୀତ ଲେଖିଛନ୍ତି ଗୁଲଜାର୍ ।

କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ନିର୍ଦ୍ଦେଶକ ଆର ଭିନିଲ କ୍ରୀଷ୍ଣା କହିଛନ୍ତି କି, ଓଡିଶା ପୁରୁଷ ହକି ବିଶ୍ୱକପ୍ ୨୦୧୮ର ଉଦଘାଟନୀ ସମାରୋହ ୨୭ ନଭେମ୍ବରରେ ହେବ ଏବଂ ସେଥିରେ ସିନେମା ଓ ସଂଗୀତ ଜଗତର ସୁପରଷ୍ଟାର ଶାହରୁଖ ଖାନ ଓ ଏ ଆର ରେହମାନ ପ୍ରଦର୍ଶନ କରିବେ । ହକି ବିଶ୍ୱକପ୍ ଅବସରରେ ୨୮ ନଭେମ୍ବର ଦିନ ବାରବାଟି ଷ୍ଟାଡିୟମରେ ରେହେମାନ୍ ସଂଗୀତ ପରିବେଷଣ କରିବେ ।

ଏହି ମ୍ୟୁଜିକ୍ ଭିଡିଓ ନୂଆ ଭାରତକୁ ପ୍ରଦର୍ଶନ କରିବ । ଏହା ସହିତ ସମାନ ଭାବରେ ସହର ଓ ମୂଳ ଭାରତକୁ ଦେଖାଇବ । ସେପଟେ ଶାହରୁଖ ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିବା ପାଇଁ ଟ୍ୱିଟରେ କହିଛନ୍ତି କି, “ହକି ଆମର ଗୌରବ ଏବଂ ମୁଁ ସମସ୍ତଙ୍କୁ ନିବେଦନ କରୁଛି କି ଆମ ଭାରତ ଓ ଭାରତୀୟ ଖେଳକୁ ସମର୍ଥନ କରନ୍ତୁ ।” ଶାହରୁଖ ଏବଂ ଏ ଆର ରେହମାନଙ୍କ ଯୁଗଳବନ୍ଦୀ ଭାରତୀୟ ଦଳକୁ ଉତ୍ସାହିତ କରିବ ଓ ଅନେକ ପ୍ରଶଂସକଙ୍କୁ ଆକୃଷ୍ଟ କରିବ ।

ସୂଚନାଯୋଗ୍ୟ, ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ଏହି ମର‌୍ୟ୍ୟାଦାଜନକ ପ୍ରତିଯୋଗିତା । ୧୬ଟି ଦେଶ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । କଳିଙ୍ଗ ଷ୍ଟାଡିୟମ୍ ବିଶେଷ ରୂପେ ଏହି ପ୍ରତିଯୋଗିତା ପାଇଁ ବିକସିତ ହୋଇଛି ବୋଲି ଶ୍ରୀ ଭିନିଲ କ୍ରୀଷ୍ଣା କହିଛନ୍ତି ।