କାଳିଆ ପରେ ଆରମ୍ଭ ହେଲା ‘ସୁନେତ୍ର’ ଯୋଜନା । ଏଣିକି ରାଜ୍ୟର ପ୍ରତିଟି ବ୍ୟକ୍ତିଙ୍କୁ ମାଗଣାରେ ଚକ୍ଷୁ ପରୀକ୍ଷା ସହ ମିଳିବ ଚଷମା । ଜାଣନ୍ତୁ କେଉଁଠି ଓ କିଭଳି ପାଇବେ ଏହି ଯୋଜନାର ଲାଭ

2,791

କନକ ବ୍ୟୁରୋ: ରାଜ୍ୟରେ  ଆଜିଠାରୁ ଆରମ୍ଭ ହୋଇଛି  ସ୍ୱାସ୍ଥ୍ୟଭିତିକ କାର୍ଯ୍ୟକ୍ରମ ସୁନେତ୍ର ।  ରାଜ୍ୟର ସମସ୍ତ ଲୋକେ ଏହି ଯୋଜନାରେ  ସାମିଲ ହୋଇପାରିବେ । ସୁନେତ୍ର ଯୋଜନା ମାଧ୍ୟମରେ ସରକାର ରାଜ୍ୟର ସମସ୍ତ ସ୍କୁଲ ଛାତ୍ରଛାତ୍ରୀ  ମାନଙ୍କ ପ୍ରତିବର୍ଷ ଚକ୍ଷୁ ପରୀକ୍ଷା ମାଗଣାରେ କରିବେ  । ଏଥିସହିତ ଦୃଷ୍ଟିଗତ ସମସ୍ୟା ଥିବା ପିଲାମାନଙ୍କୁ ମାଗଣାରେ ଚଷମା ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି । ଏହାଛଡା ଯେକୌଣସି ପ୍ରକାରର ଜଟିଳ ଚକ୍ଷୁରୋଗର ଆବଶ୍ୟକ ଚିକିତ୍ସା  ଡାକ୍ତରଖାନାରେ ହେବ ।  ବୟସ୍କ ଲୋକମାନଙ୍କ ପାଇଁ ପ୍ରତିବର୍ଷ ମାଗଣାରେ ଆଖି ପରୀକ୍ଷା ଓ ଆବଶ୍ୟକ ଚାଳିଶିଆ ଚଷମା ପାଇଁ  ମଧ୍ୟ ବ୍ୟବସ୍ଥା କରାଯାଇଛି ।  ବୟସ୍କ ଲୋକଙ୍କ ମୋତିଆବିନ୍ଦୁ  ଅସ୍ତ୍ରୋପଚାର ବି ମାଗଣାରେ ହେବ । ଏହି ସବୁ ସୁବିଧା ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ଜିଲ୍ଲା ଡାକ୍ତରଖାନା ଓ ମେଡିକାଲ କଲେଜଗୁଡିକରେ ମିଳିବ ।  ଏହି ସୁବିଧା ପାଇବାକୁ କୌଣସି କାଗଜପତ୍ର ଦରକାର ହୁଏ ନାହିଁ ।

ସୁନେତ୍ର ଯୋଜନା କଣ?

ସୁନେତ୍ର (ଓଡିଶା ସାର୍ବଜନୀନ ଚକ୍ଷୁ କାର୍ଯ୍ୟକ୍ରମ ), ଓଡିଶା ସରକାରଙ୍କର ଏକ ସ୍ୱାସ୍ଥ୍ୟ ଭିତ୍ତିକ ଯୋଜନା । ଓଡିଶାର ସମସ୍ତ ଜନସାଧାରଣଙ୍କୁ ଉତ୍ତମ ଏବଂ ଉନ୍ନତମାନର ଚକ୍ଷୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଏହି ଯୋଜନାର ଲକ୍ଷ୍ୟ ।

ସୁନିତ୍ର ଯୋଜନା କାହା ପାଇଁ?

ଓଡିଶାର ସମସ୍ତ ଜନସାଧାରଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ । ସମସ୍ତ ବୟସର ଜନସାଧାରଣ ଏହି ଯୋଜନାରେ ଉପକୃତ ହୋଇପାରିବେ ।

ସୁନେତ୍ର ଯୋଜନାରେ କି କି ସୁବିଧା ମିଳିବ ?

• ସୁନେତ୍ର ଯୋଜନା ମାଧ୍ୟମରେ ସରକାର ଓଡିଶାର ସମସ୍ତ ସ୍କୁଲର ଛାତ୍ରଛାତ୍ରୀମାନଙ୍କର ପ୍ରତିବର୍ଷ ଚକ୍ଷୁ ପରୀକ୍ଷା ପ୍ରତ୍ୟେକ ବିଦ୍ୟାଳୟରେ କାରଇବା ଓ ଆବଶ୍ୟକ ଚିକିତ୍ସା ମାଗଣାରେ କରାଇବାର ବ୍ୟବସ୍ଥା ରହିଛି । ଏହି ସହିତ ଦୃଷ୍ଟିଗତ ସମସ୍ୟା ଥିବା ପିଲାମାନଙ୍କୁ ମାଗଣାରେ ଚଷମା ଯୋଗାଣର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହାଛଡା କୌଣସି ପ୍ରକାରର ଜଟିଳ ଚକ୍ଷୁରୋଗର ଉପଯୁକ୍ତ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି ।

• ସେହିପରି ଜନସାଧାରଣମାନଙ୍କର ଚକ୍ଷୁ ପରୀକ୍ଷା ଓ ଆବଶ୍ୟକ ଚିକିତ୍ସା ମାଗଣାରେ କରାଇବାର ବ୍ୟବସ୍ଥା କରିଛନ୍ତି । ବୟସ୍କ ଲୋକମାନଙ୍କ ପାଇଁ ପ୍ରତିବର୍ଷ ମାଗଣାରେ ଚକ୍ଷୁ ପରୀକ୍ଷା ଏବଂ ଆବଶ୍ୟକ ଚାଳିଶିଆ ଚଷମା ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି ।

• ଏହି ଯୋଜନାରେ ଓଡିଶାର ସମସ୍ତ ଜନସାଧାରଣମାନଙ୍କର ବର୍ଷକୁ ଅତି କମରେ ଗୋଟିଏ ଥର ଚକ୍ଷୁ ପରୀକ୍ଷା କରାଇବାର ବ୍ୟବସ୍ଥା କରିଛନ୍ତି । ଏହା ସହିତ ସମସ୍ତ ଚକ୍ଷୁରୋଗର ଆବଶ୍ୟକ ଚିକିତ୍ସା ମାଗଣାରେ କରାଇବାର ବ୍ୟବସ୍ଥା କରିଛନ୍ତି ।

କେଉଁଠାରେ ମିଳିବ ଏହି ସୁବିଧା?

ଏହି ସୁବିଧା ନିକଟସ୍ଥ ସମସ୍ତ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜଗୁଡିକରେ ମାଗଣାରେ ମିଳିବ ।

କଣ ସବୁ କାଗଜପତ୍ରର ଦରକାର?

 ଏହି ସୁବିଧା ପାଇବାକୁ କୌଣସି ପ୍ରକାରର କାଗଜପତ୍ର ଆପଣଙ୍କୁ ଦେବାକୁ ପଡିବ ନାହିଁ ।

ପଂଜିକରଣର କରିବାର କିଛି ବ୍ୟବସ୍ଥା ରହିଛି ?

ଏହି ଯୋଜନାରେ ପଂଜିକରଣ ପାଇଁ ସମସ୍ତ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଜିକାଲ କଲେଜଗୁଡିକରେ ଚକ୍ଷୁ ପରୀକ୍ଷା କଲାବେଳେ ପଂଜିକରଣ ଏବଂ ଲିପିବଦ୍ଧ କରିବାର ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଭବିଷୟତତରେ ଜଣେ ଚକ୍ଷୁ ରୋଗୀ ନିଜର ପୂର୍ବ ଚିକିତ୍ସା ଉପଦେଶଗୁଡିକ ସଜହରେ ସବୁଠାରେ ପାଇପାରିବେ ଏବଂ ନିଜ ସୁବିଧା ଓ ଆବଶ୍ୟକ ମୁତାବକ ଚକ୍ଷୁବିଶେଷଜ୍ଞଙ୍କର ପରାମର୍ଶ ଲୋଡିପାରିବେ ।