ଫୋନରେ କଥା ହେବା ପାଇଁ ଗଛ ଚଢୁଛନ୍ତି ଲୋକେ । ରାଜ୍ୟର ୧୫% ଲୋକଙ୍କ ପାଖରେ ଏବେବି ପହଞ୍ଚିପାରିନି ମୋବାଇଲ ନେଟୱର୍କ

ନେଟୱର୍କ ନଥିବାରୁ ମିଳୁନି ପୋଷ୍ଟାଲ କି ବ୍ୟାଙ୍କ ସେବା;ଆକାଉଂଟରେ ଟଙ୍କା ପାଇବାକୁ ଅନେଇ ବସିଛନ୍ତି ଲୋକେ

118

କନକ ବ୍ୟୁରୋ: ମୋବାଇଲରେ କଥା ହେବା ପାଇଁ ଲୋକେ ଗଛରେ ଚଢ଼ୁଛନ୍ତି । ଏବେବି ଓଡ଼ିଶାର ୧୫ ପ୍ରତିଶତ ଲୋକଙ୍କ ପାଖରେ ମୋବାଇଲ ନେଟୱର୍କ ପହଁଚି ପାରିନାହିଁ । କୋରାପୁଟ, ମାଲକାନଗିରି ଗ୍ରାମାଂଚଳର ପ୍ରାୟ ୫୦ ପ୍ରତିଶତ ଗାଁରେ ମୋବାଇଲ୍ ନେଟୱର୍କ ନାହିଁ । ଥ୍ରୀଜି-ଫୋରଜି ସେବା ସ୍ୱପ୍ନ । ଜବକାର୍ଡରେ କାମ କରି ବ୍ୟାଙ୍କ୍ ଆକାଉଂଟରେ ମୂଲ ପାଇବା ହେଉ, କି ଏଟିଏମରୁ ଟଙ୍କା ଉଠାଇବା ହେଉ ଅଧିକାଂଶଙ୍କ ପାଇଁ ଏବେ ବି ଏସବୁ ସ୍ୱପ୍ନ ହୋଇରହିଛି ।

ମୋବାଇଲରେ କଥା ହେବା ପାଇଁ ଲୋକେ ଗଛରେ ଚଢ଼ୁଛନ୍ତି । ଏବେ ବି ଓଡ଼ିଶାର ୧୫ ପ୍ରତିଶତ ଲୋକଙ୍କ ପାଖରେ ମୋବାଇଲ ନେଟୱର୍କ ପହଁଚିପାରିନାହିଁ । କୋରାପୁଟ, ମାଲକାନଗିରି ଗ୍ରାମାଂଚଳର ପ୍ରାୟ ୫୦ ପ୍ରତିଶତ ଗାଁରେ ମୋବାଇଲ୍ ନେଟୱର୍କ ନାହିଁ । ଥ୍ରୀଜି-ଫୋରଜି ସେବା ସ୍ୱପ୍ନ । ଜବ୍କାର୍ଡରେ କାମ କରି ବ୍ୟାଙ୍କ୍ ଆକାଉଂଟରେ ମୂଲ ପାଇବା ହେଉ, କି ଏଟିଏମ୍ରୁ ଟଙ୍କା ଉଠାଇବା ହେଉ ଅଧିକାଂଶଙ୍କ ପାଇଁ ଏବେ ବି ଏସବୁ ସ୍ୱପ୍ନ ହୋଇରହିଛି ।

ଏ ହେଉଛି କୋରାପୁଟର ଗୁପ୍ତେଶ୍ୱର ଅଂଚଳ । ମୋବାଇଲରେ କଥା ହେବା ପାଇଁ ଗଛରେ ଶିଡ଼ି ଲଗାଇ ଚଢ଼ିବାକୁ ପଡୁଛି । ତା’ ପରେ କେତେବେଳେ କେମିତି ମିଳିଯାଉଛି ନେଟୱର୍କ । ପଡ଼ୋଶୀ ଛତିଶଗଡ଼ରେ ବସିଥିବା ମୋବାଇଲ୍ ଟାୱାର ଜରିଆରେ କେବେ କେବେ ନେଟୱର୍କ ମିଳିଯାଉଥିବା ବେଳେ ଓଡ଼ିଶାରୁ ନେଟୱର୍କ ମିଳୁନି । ଯେଉଁଠି କୋରାପୁଟ ଜିଲ୍ଲାରେ ବିଏସ୍ଏନଏଲର ୧୫୦୦ ଟାୱାର ଦରକାର ସେଠାରେ ଅଛି ମାତ୍ର ୩୪୮ଟି ଟାୱାର । ଯେଉଁଠି କଥା ହେବା ପାଇଁ ଟୁ-ଜି ଫୋନ୍ ନାହିଁ, ସେଠାରେ ଇଂଟରନେଟ୍ ପାଇଁ ଫୋର-ଜି ଫୋନ୍ ବା ମିଳିବ କେଉଁଠି? ଟାୱାର୍ ନଥିବା ଯୋଗୁଁ ଗାଁ ଲୋକଙ୍କୁ ବ୍ୟାଙ୍କ ହେଉ କି ପୋଷ୍ଟ ଅଫିସରୁ ଠିକ ସମୟରେ ମିଳିପାରୁ ନାହିଁ ଏନଆରଜିଏସ ଯୋଜନାରେ କାମ କରିଥିବା ପାଉଣା କି କାଳିଆ ଟଙ୍କା ।

ଡିଜିଟାଲ ଇଣ୍ଡିଆ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିିଥିବା ବେଳେ ଏବେ ବି ଓଡ଼ିଶାର ୮୦୦୦ରୁ ଅଧିକ ଗାଁରେ ମୋବାଇଲ ନେଟୱର୍କ ନାହିଁ । ରାଜ୍ୟର ପ୍ରାୟ ୧୫ ପ୍ରତିଶତ ଲୋକଙ୍କ ପାଖରେ ପହଁଚିପାରିନି ମୋବାଇଲ ସଂଯୋଗ । ବିଶେଷ କରି ଓଡିଶାର ମାଲକାନଗିରି ଜିଲ୍ଲାରେ ଆଜି ବି ପ୍ରାୟ ୫୫ ଭାଗ ଗାଁରେ ଇର୍ରନେଟ କିମ୍ବା ୪ ଜି କଥା ଦୂରେ ଥାଉ, ନେଟୱର୍କ ପହଁଚିପାରିନାହିଁ । ଦେଶର ୩୫,୦୦୦ରୁ ଅଧିକ ଏମିତି ଗାଁ ରହିଛି, ଯେଉଁଠି ଏଯାଏଁ ମୋବାଇଲ ସେବା ପହଁଚି ପାରି ନାହିଁ । ଓଡ଼ିଶାର କୋରାପୁଟ, ରାୟଗଡା, ମାଲକାନଗିରି, ଗଜପତି ଓ କନ୍ଧମାଳ ଜିଲ୍ଲାର ୪୦ ରୁ ୫୫ ପ୍ରତିଶତ ଗାଁ ରେ ମୋବାଇଲ ସେବା ଏବେ ବି ସାତ ସପନ । ଓଡ଼ିଶାର ୮ ହଜାରରୁ ଅଧିକ ଗାଁକୁ କେବେ ମୋବାଇଲ ନେଟୱର୍କ ମିଳିବ ତାହା ଚିନ୍ତାର ବିଷୟ ହୋଇଛି ।