ବଢୁଛି ସ୍ୱାଇନ୍ ଫ୍ଲୁର ଆତଙ୍କ ! ରାଜ୍ୟରେ ଆଉ ୬ ରୋଗୀଙ୍କ ଦେହରେ ଏଚ୧ଏନ୧ ଭୂତାଣୁ ଚିହ୍ନଟ

27

କନକ ବ୍ୟୁରୋ: ବଢୁଛି ସ୍ୱାଇନ୍ ଫ୍ଲୁର ଆତଙ୍କ । ରାଜ୍ୟରେ ଏବେ ୨୪ ଜଣଙ୍କ ଦେହରେ ଏଚ୧ଏନ୧ ଭୂତାଣୁ ଚିହ୍ନଟ ହୋଇଛି । ଶୁକ୍ରବାର ପରୀକ୍ଷା କରାଯାଇଥିବା ସ୍ୱାବ୍ ମଧ୍ୟରୁ ୬ ଟି ପଜିଟିଭ୍ ବାହାରିଛି । ଯେଉଁଥିରୁ ୪ଟି ରାଜଧାନୀ ଭୁବନେଶ୍ୱରର ।

ସେହିପରି କଟକର ଜଣେ ଏବଂ ସୁନ୍ଦରଗଡ଼ର ଜଣେ ରୋଗୀଙ୍କ ଦେହରେ ସ୍ୱାଇନ୍ ଫ୍ଲୁ ଭୂତାଣୁ ପଜିଟିଭ୍ ଥିବା ରିପୋର୍ଟରେ ଜଣାପଡିଛି । ଏଯାଏଁ ମୋଟ୍ ୧୫୪ ଟି ସାମ୍ପଲ୍ ପରୀକ୍ଷା କରାଯାଇଥିବା ବେଳେ ୨୪ ଟି ପଜିଟିଭ୍ ଚିହ୍ନଟ ହୋଇଛି । ଅନ୍ୟପଟେ, ସ୍ୱାଇନ୍ ଫ୍ଲୁ କୁ ନେଇ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଡାକ୍ତରଖାନାମାନଙ୍କରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ବି ଗଢା ଯାଇଛି ।

ସୂଚନା ମୁତାବକ, ୨୪ ଟି ନମୁନା ପରୀକ୍ଷା ପାଇଁ ଆରଏମଆରସିକୁ ପଠାଯାଇଥିଲା । ତହିଁରୁ ୬ଟି ନମୁନା ପିଜିଟିଭ୍ ଆସିଛି । ରାଜଧାନୀର ୪ଜଣକୁ ଛାଡ଼ି ଦେଲେ ଅନ୍ୟ ଦୁଇ ଜଣ କଟକ ଓ ସୁନ୍ଦରଗଡ଼ ଅଞ୍ଚଳର । ଏହାକୁ ମିଶାଇ ଚଳିତବର୍ଷ ୧୫୪ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୨୪ଟି ନମୁନା ପଜିଟିଭ୍ ରହିଛି ।

ତେବେ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୨ଜଣ ପୁରୁଷ ଥିବା ବେଳେ ୪ଜଣ ମହିଳା ରହିଛନ୍ତି । ଆକ୍ରାନ୍ତ ପୁରୁଷଙ୍କ ବୟସ ୧୮ ଓ ୬୭ବର୍ଷ ଥିବା ବେଳେ ଆକ୍ରାନ୍ତ ମହିଳାଙ୍କ ବୟସ ଯଥାକ୍ରମେ ୬୦, ୫୯ ଓ ୧୬ବର୍ଷ ବୋଲି ଜଣାପଡ଼ିଛି ।