ନୂଆ ବର୍ଷରେ କଳାକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି ! ଆରମ୍ଭ କଲେ ‘ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’, ଏଣିକି ମାସିକ ମିଳିବ ୧୨ଶହ ଟଙ୍କା ଭତା

140

କନକ ବ୍ୟୁରୋ: ନୂଆବର୍ଷରେ କଳାକାରଙ୍କୁ ରାଜ୍ୟ ସରକାରଙ୍କ ଭେଟି । ରାଜ୍ୟ ସରକାର ଆରମ୍ଭ କଲେ ‘ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ । ଓଡିଶା କଳା ଓ କଳାକାରର ରାଜ୍ୟ । ତେଣୁ କଳାକାରଙ୍କ ଉନ୍ନତି ପାଇଁ ୨୦୦୦ ମସିହାରୁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାକାରଙ୍କୁ ପେନସନ୍ ଦିଆଯାଉଛି । ଏବେ ଏହି ପେନସନ୍ ପରିମାଣକୁ ବୃଦ୍ଧି କରାଯାଇଛି । ଏଣିକି ରାଜ୍ୟ କଳାକାର ୧୨ଶହ ଟଙ୍କାର ପେନସନ୍ ପାଇବେ ।

ତେବେ ପୂର୍ବରୁ ୪ ହଜାର କଳାକାର ଭତା ପାଉଥିବା ବେଳେ ଆଗକୁ ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ଆଉ ୫୦ ହଜାର କଳାକାରଙ୍କୁ ସାମିଲ କରାଯିବ । କଳାକାର ପେନସନ୍ ପାଇଁ ଚୟନ ପ୍ରକ୍ରିୟାକୁ ମଧ୍ୟ କୋହଳ କରିଛନ୍ତି ନବୀନ ସରକାର । କଳାକାରଙ୍କ ବୟସ ସୀମା କମାଇଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା କଳାକାରଙ୍କ ପେନସନ ପାଇଁ ୪୦ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ୫୦ ବର୍ଷ ରଖାଯାଇଛି । ତେବେ କଳାକାର ଚୟନ ପାଇଁ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।