ସଚିବ ସ୍ତରରେ ବଡଧରଣର ଅଦଳବଦଳ ! ପରିବହନ କମିସନର ହେଲେ ମଧୁସୂଦନ ପାଢୀ

22

କନକ ବ୍ୟୁରୋ : ସଚିବ ସ୍ତରରେ ବଡଧରଣର ଅଦଳବଦଳ । ମଧୁସୂଦନ ପାଢୀ ହୋଇଛନ୍ତି ପରିବହନ କମିସନର । ଚନ୍ଦ୍ରଶେଖର କୁମାରଙ୍କୁ ରାଜସ୍ୱ ବିଭାଗ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ବିଷ୍ଣୁପଦ ସେଠୀଙ୍କୁ ଗ୍ରାମ ଉନ୍ନୟନ ସଚିବ ଓ ରୂପା ମିଶ୍ରଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି । ଶ୍ରୀକାନ୍ତ ପୃଷ୍ଟିଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଅତିରକ୍ତ ସଚିବ, ଯାଦବ ସଚିନ ରାମଚନ୍ଦ୍ରଙ୍କୁ ଶ୍ରମ କମିସନର ଓ ଏମ ମୁଥୁକୁମାରଙ୍କୁ ଉଦ୍ୟାନ ଓ କୃଷି ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ