ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସରକାରଙ୍କ ୩ନୂଆ ଯୋଜନା ! ନିର୍ମଳ, ସୁନେତ୍ର ଓ ସଂପୂର୍ଣ୍ଣ-ସୁରକ୍ଷା କବଚ ପାଇଁ ୩୦୯ କୋଟି ।

25

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ରାଜ୍ୟ ସରକାର ୩ଟି ନୂଆ ଯୋଜନାର ଘୋଷଣା କରିଛନ୍ତି । ସରକାରୀ ଡାକ୍ତରଖାନାରେ ନିର୍ମଳ ଓ ସ୍ୱାସ୍ଥ୍ୟକର ପରିବେଶ ଯୋଗାଇବା ପାଇଁ ନିର୍ମଳ ଯୋଜନା କାର୍ଯ୍ୟକାରୀ କରାଯିବ । ଏଥି ପାଇଁ ବାର୍ଷିକ ୧୨୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହା ସହ ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସୁନେତ୍ର ମଧ୍ୟ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିନା ମୂଲ୍ୟରେ ଚକ୍ଷୁ ରୋଗର ଚିହ୍ନଟ ଓ ଚିକିତ୍ସା ପାଇଁ ବାର୍ଷିକ ୧୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ଭୁବନେଶ୍ୱରସ୍ଥିତ ବ୍ରହ୍ମେଶ୍ୱରପାଟଣା ଓ କଳ୍ପନାଠାରେ ସହରାଂଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଭିଜନ କ୍ଲିନିକ୍ କାର୍ଯ୍ୟକ୍ଷମ ହେବ । ଡାକ୍ତରଖାନାରେ ପ୍ରସବ କରିଥିବା ମା ଓ ନବଜାତକ ଶିଶୁଙ୍କୁ ରୋଗ ସଂକ୍ରମଣରୁ ରକ୍ଷା ପାଇଁ ସଂପୂର୍ଣ୍ଣ- ସୁରକ୍ଷା କବଚ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ପାଇଁ ବାର୍ଷିକ ୬୯ କୋଟି ଟଙ୍କା ବ୍ୟୟରେ ପ୍ରତ୍ୟେକ ମାଆ ଓ ଶିଶୁ ସୁରକ୍ଷା ଦିଗରେ ଏହି ଟଙ୍କା ବିନିଯୋଗ ହେବ ।