ରାଜ୍ୟପାଳ ବନିଲେ ସ୍କୁଲ ଶିକ୍ଷକ । ନିମାପଡାରେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଙ୍କୁ ପଢାଇଲେ ପାଠ ।

ପୁରୀ ଜିଲ୍ଲା ନିମାପଡ଼ାକୁ ଦିନିକିଆ ଗସ୍ତରେ ଆସି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ବଳଙ୍ଗା ଉଚ୍ଚବିଦ୍ୟାଳୟର ସୁବଣ୍ଣ ଜୟନ୍ତୀ ଉତ୍ସବରେ ସାମିଲ ହୋଇଥିଲେ ।

274

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ରାଜ୍ୟପାଳ । ପୁରୀ ଜିଲ୍ଲା ନିମାପଡ଼ାକୁ ଦିନିକିଆ ଗସ୍ତରେ ଆସି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ବଳଙ୍ଗା ଉଚ୍ଚବିଦ୍ୟାଳୟର ସୁବଣ୍ଣ ଜୟନ୍ତୀ ଉତ୍ସବରେ ସାମିଲ ହୋଇଥିଲେ । ସ୍କୁଲର ସ୍ମରଣିକା ଉନ୍ନୋଚନ କରିବା ସହ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଏବଂ ପୁରାତନ ଛାତ୍ରମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ନିମାପଡାରେ ରାଜ୍ୟପାଳଙ୍କ ପାଇଁ ଆୟୋଜିତ ହୋଇଥିବା ଏହି ଉତ୍ସବରେ ଶହ ଶହ ଲୋକଙ୍କ ସମେତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟପାଳ ପିଲାଙ୍କୁ ଶିକ୍ଷା ଦାନ କରିଥିବା ସେମାନଙ୍କ ସହ କିଛି ସମୟ ବିତାଇଥିଲେ । ରାଜ୍ୟପାଳ ଗଣେଷୀ ଲାଲ ଛୋଟ ପିଲାମାନଙ୍କ ପ୍ରତି ଆକର୍ଷଣ ହୋଇଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳିଛି । ଠିକ ସେହିଭଳି ପିଲାମାନଙ୍କ ପ୍ରତି ଥିବା ଭଲ ପାଇବା ଆଜି ରାଜ୍ୟପାଳଙ୍କୁ ପାଠ ପଢାଇବା ପାଇଁ ବାଧ୍ୟ କରିଥିଲା । ରାଜ୍ୟପାଳ ନିମାପଡା ଗସ୍ତରେ ଯାଇଥିବା ବେଳେ ସେଠାରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ପାଠ ପଢ଼ାଇବା ସହ କିଛି ପ୍ରଶ୍ନ ପଚାରିଥିଲେ ଏବଂ ପ୍ରଶ୍ନର ଉତର ପାଇ ବେଶ୍ ଖୁସି ହୋଇଥିଲେ । ସେଠାରେ ରାଜ୍ୟପାଳ କେବଳ ପାଠ ପଢାଇନଥିଲେ , ସେଠାରେ ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ମଜାମସ୍ତିରେ ଅତିବାହିତ ମଧ୍ୟ କରିଥିଲେ । ଏବଂ ଶିକ୍ଷକମାନଙ୍କ ସହ କିଛି ସମୟ ବର୍ତାଳାପ ମଧ୍ୟ କରିଥିଲେ । ସବୁଠାରୁ ବଡ କଥା ହେଲା ନିମାପଡା ସ୍ଥିତ ଶିଶୁମନ୍ଦିର ବ୍ୟବସ୍ଥାକୁ ପ୍ରଶଂସା କରିବା ସହିତ ବିଦ୍ୟାଳୟର ଉନ୍ନତି ପାଇଁ ୧ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ ।