କଟକ ଦୁର୍ଘଟଣାରେ ଆହତଙ୍କୁ ଭେଟିବା ପାଇଁ ପହଚିଂଲେ ରାଜ୍ୟପାଳ ଓ ମନ୍ତ୍ରୀ : ସ୍ୱାସ୍ଥ୍ୟବସ୍ଥା ନେଇ ଡାକ୍ତରଙ୍କ ସହ କଲେ ଆଲୋଚନା

ନୃସିଂହ ସାହୁ କହିଲେ, ଘଟଣାର ତଦନ୍ତ ପାଇଁ ଆରଟିଓଙ୍କୁ ଦିଆଯାଇଛି ନିର୍ଦ୍ଦେଶ

270

କନକ ବ୍ୟୁରୋ : ଏସସିବିରେ ଚିକିତ୍ସିତ ଆହତଙ୍କୁ ଭେଟିଛନ୍ତି ରାଜ୍ୟପାଳ ଓ ମନ୍ତ୍ରୀ । ରାଜ୍ୟପାଳ ଗଣେଶୀ ଲାଲ ଓ ପରିବହନ ମନ୍ତ୍ରୀ ନୃସିଂହ ମେଡିକାଲରେ ପହଚିଂଛନ୍ତି । ଆହତଙ୍କୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପଚାରିବୁଝିଛନ୍ତି । ଆହତଙ୍କ ଚିକିତ୍ସା ନେଇ ଆଲୋଚନା କରିଛନ୍ତି । ପରିବହନ ମନ୍ତ୍ରୀ ନୃସିଂହ ସାହୁ କହିଛନ୍ତି ଆରଟିଓକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆହତଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ସବୁ ଚିକିତ୍ସା ଯୋଗାଇ ଦିଆଯାଉଛି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି । ଆଗକୁ ଏଭଳି ଦୁର୍ଘଟଣା କିଭଳି ନଘଟେ ସେ ନେଇ ଦୃଢ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନୃସିଂହ ସାହୁ ।

 

ସୂଚନାଯୋଗ୍ୟ, ମଙ୍ଗଳବାରର କାଳ ସନ୍ଧ୍ୟା । ସମୟ ପ୍ରାୟ ୫ଟା ୪୦ ମିନିଟ୍ । ସ୍ଥାନ ମହାନଦୀ ପୋଲ । ଏହି ସମୟରେ ଜଗତପୁର ପଟୁ ତାଳଚେର ବଲଣ୍ଡାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ଯାତ୍ରୀବାହୀ ବସ୍ ଜଗନ୍ନାଥ । ସଂନ୍ଧ୍ୟାରେ ଅଚାନକ ଖସିପଡିଲା ବସ । ଚାଲିଗଲା ଅନେକଙ୍କ ଜୀବନ । ତେବେ ଏହି ଦୁର୍ଘଟଣାରୁ କେତେଜଣ ଭାଗ୍ୟବାନ ଅଳ୍ପକେ ବର୍ତ୍ତିଯାଇଛନ୍ତି ।