ଟଙ୍କା ଆସୁଛି ହେଲେ ଖର୍ଚ୍ଚ କରିପାରୁନାହାନ୍ତି : ଅର୍ଥ କମିସନ ଅର୍ଥ ଖର୍ଚ୍ଚରେ ବାଧକ କିଏ?

ନଭେମ୍ବର ସୁଦ୍ଧା ବିନିଯୋଗ ହୋଇଛି ମାତ୍ର ୨୪.୨୪%, ବାଲେଶ୍ବର ସବୁଠାରୁ ପଛରେ, ସୁନ୍ଦରଗ଼ଡ ଆଗରେ

114

କନକ ବ୍ୟୁରୋ: ଅର୍ଥ ମିଳିବାରେ କେନ୍ଦ୍ର ଯେପରି ବିଳମ୍ବ କରୁଛି, ଅର୍ଥ ଖର୍ଚ୍ଚ କରିବାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟ ସେଭଳି ପଛରେ ପଡିଛନ୍ତି। ଇତିମଧ୍ୟରେ ପଞ୍ଚଦଶ ଅର୍ଥ କମିସନ ଓଡ଼ିଶା ସମୀକ୍ଷା କରି ଗଲେଣି। କିନ୍ତୁ ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିସ ବାବଦରେ ଓଡ଼ିଶାକୁ ଯେତିକି ଅର୍ଥ ମିଳିଛି, ତାହା ଖର୍ଚ୍ଚ କରିବାରେ ରାଜ୍ୟର ପଛୁଆପଣ ବେଶ୍ ବାରି ହୋଇପଡୁଛି। ସ୍ଥିତି ଏମିତି ଗମ୍ଭୀର ଯେ ଏ ଅର୍ଥ ନିକଟ ଭବିଷ୍ୟତରେ ଶତ ପ୍ରତିଶତ ଖର୍ଚ୍ଚ ହୋଇପାରିବ, ତାହା ବି ଜଣାପଡୁନାହିଁ। ପଞ୍ଚାୟତସ୍ତରରେ ଏତେ ସବୁ ପ୍ରକଳ୍ପ ଅଧାପନ୍ତରିଆ ପଡିରହିବା ପଛର ଠୋସ୍ କାରଣ କଣ, ତାହା ଜାଣିବା ପାଇଁ ମଧ୍ୟ ସରକାରୀସ୍ତରରେ ଆଗ୍ରହ ନାହିଁ। ନା ଶୀର୍ଷସ୍ତରରେ ସମୀକ୍ଷା ହେଉଛି, ନା ପଞ୍ଚାୟତିରାଜ ବିଭାଗ କିମ୍ବା ଅର୍ଥ ବିଭାଗ ଖୋଳତାଡ କରୁଛି।

ସରକାରୀ ତଥ୍ୟ କହୁଛି, ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପାନୀୟ ଜଳ, ଆବାସିକ ଯୋଜନା ସହ ଅନ୍ୟାନ୍ୟ ପ୍ରକଳ୍ପ ବାବଦରେ ଗତ ନଭେମ୍ବର ସୁଦ୍ଧା ରାଜ୍ୟକୁ ୩ ହଜାର ୨୦୯ କୋଟି ୧୫ ଲକ୍ଷ ୧୧ ହଜାର ଟଙ୍କା ମିଳିଛି। ଅଥଚ ସେହି ସମୟ ଭିତରେ ମାତ୍ର ୭୭୭ କୋଟି ୮୯ ଲକ୍ଷ ୯୦ ହଜାର ଟଙ୍କା ଖର୍ଚ୍ଚ ହୋଇପାରିଛି । ଅର୍ଥାତ୍ ମିଳିଥିବା ଅର୍ଥର ମାତ୍ର ୨୪ .୨୪% ଅର୍ଥ ସରକାରୀ ବିଭାଗମାନେ ଖର୍ଚ୍ଚ କରିପାରିଛନ୍ତି ।

େଗାଟିଏ ପଟେ ରାଜ୍ୟକୁ କିପରି ଅଧିକ ଟଙ୍କା କେନ୍ଦ୍ରରୁ ମିଳିବ ସେଥିପାଇଁ େନତା, ବାବୁ ଚିତ୍କାର କରୁଛନ୍ତି। କିନ୍ତୁ ତଳସ୍ତରରେ ପ୍ରାଶାସନିକ ସ୍ଥାଣୁତା ଶୀର୍ଷରେ ପହଞ୍ଚିଲାଣି। ପରିଣାମରେ କେନ୍ଦ୍ରୀୟ ଅର୍ଥ େହାଇପାରୁନଥିବା େନଇ ବିେରାଧୀଙ୍କ ଅଭିେଯାଗ େଯ ଶତ ପ୍ରତିଶତ ଅସତ୍ୟ ନୁହେଁ, ଏକଥା ଏହି ପରିସଂଖ୍ୟାନ ସୂଚାଉଛି। କେବଳ ସେତିକି ନୁହେଁ, ସରକାରୀ ତଥ୍ୟକୁ ଦେଖିଲେ ଜଣାପଡୁଛି, ଚଳିତ ଆର୍ଥିକ ବର୍ଷର ଏେବ ସୁଦ୍ଧା କିଛି େକ୍ଷତ୍ରରେ େଗାଟିଏ ବି ପ୍ରକଳ୍ପ କାର‌୍ୟ୍ୟ ହାତକୁ ନିଆଯାଇନାହିଁ। ପାଣ୍ଠି ବିନିଯୋଗ କରିବାରେ ବାଲେଶ୍ବର ଜିଲ୍ଲା ସବୁଠାରୁ ତଳେ ରହିଛି ଓ ପ୍ରକଳ୍ପ ନିର୍ମାଣରେ ମଧ୍ୟ। ପୂରା ୧୩ଟି ଜିଲ୍ଲା ୨୦% ଅର୍ଥ ଖର୍ଚ୍ଚ କରିପାରିନାହାନ୍ତି। ପାଞ୍ଚଟି ଜିଲ୍ଲା ୧୦% ଅର୍ଥ ଖର୍ଚ୍ଚ କରିବାରେ ବିଫଳ।

ଚତୁର୍ଦ୍ଦଶ ଅର୍ଥକମିସନଙ୍କ ସୁପାରିସ ଅନୁଯାୟୀ ବାଲେଶ୍ବର ଜିଲ୍ଲାକୁ ପୂର୍ବ ଓ ଚଳିତ ଆର୍ଥିକ ବର୍ଷ ଅନୁଦାନ ମିଶି ମିଳିଛି ମୋଟ ୧୭୯ କୋଟି ୪୦ ଲକ୍ଷ ୩୮ ହଜାର ଟଙ୍କା। କିନ୍ତୁ ସେଥିରୁ ଖର୍ଚ୍ଚ ହୋଇପାରିଛି ମାତ୍ର ୪ େକାଟିି ୭୭ ଲକ୍ଷ ୬୨ ହଜାର ଟଙ୍କା। ଅର୍ଥାତ ମୋଟ ଅନୁଦାନର ମାତ୍ର ୨.୬୬ % ଅର୍ଥ ଖର୍ଚ୍ଚ ହୋଇପାରିଛି । ୨ ହଜାର ୭୬୩ଟି ପ୍ରକଳ୍ପ ପୂର୍ବବର୍ଷରୁ ଆରମ୍ଭ ହୋଇଛି। ତା ଭିତରୁ ୯ଟି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି। ବଳକା ୨ ହଜାର ୭୫୪ଟି ପ୍ରକଳ୍ପ ପାଇଁ ମିଳିଥିବା ୧୨୦ କୋଟି ୫ ଲକ୍ଷ ୨୪ ହଜାର ଟଙ୍କାରୁ ଖର୍ଚ୍ଚ ହୋଇପାରିଛି ମାତ୍ର ୭୮ କୋଟି ୨ ଲକ୍ଷ ୧୪ ହଜାର ଟଙ୍କା। ୨୦୧୮-୧୯ ଆର୍ଥିକ ବର୍ଷ ସମ୍ପୂର୍ଣ୍ଣ ହେବାକୁ ବସିଲାଣି, ୫ଟି ଜିଲ୍ଲା ଅର୍ଥାତ୍ ବାଲେଶ୍ବର, ରାୟଗଡ଼ା ସମେତ ଭଦ୍ରକ, କନ୍ଧମାଳ, ସୋନପୁର ଜିଲ୍ଲା ସ୍ଥିତି ସଙ୍ଗିନ୍। ସବୁଠାରୁ ଅଧିକ ଅର୍ଥ ସୁନ୍ଦରଗଡ ଜିଲ୍ଲା ଖର୍ଚ୍ଚ କରିପାରିଛି।

କମିସନଙ୍କ ଅର୍ଥ ଖର୍ଚ୍ଚ ସର୍ତ୍ତାବଳୀ ଅନୁଯାୟୀ ଯେଉଁ ରାଜ୍ୟ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ବିଭିନ୍ନ ପ୍ରକଳ୍ପ କାର‌୍ୟ୍ୟ ସମ୍ପୂର୍ଣ୍ଣ କରିବାରେ ସଫଳତା ପାଇବ ସେ ରାଜ୍ୟକୁ କାର‌୍ୟ୍ୟାନ୍ବୟନ ପ୍ରୋତ୍ସାହନ ବାବଦରେ କିସ୍ତି ମିଆଦ ଅନୁଯାୟୀ ଅନୁଦାନ ମିଳିବ । ଏପରି ଦେଖିଲେ କେନ୍ଦ୍ରୀୟ ଅର୍ଥ ଖର୍ଚ୍ଚ କରିବାରେ ରାଜ୍ୟ ସରକାରଙ୍କ ସ୍ଥାଣୁତା ଯୋଗୁଁ ଗତ ନଭେମ୍ବର ସୁଦ୍ଧା ଦୁଇଟି କିସ୍ତି ମିଆଦ ପୁରିଥିଲେ ବି ପ୍ରୋତ୍ସାହନ ବାବଦରେ ଟଙ୍କାଟିଏ ବି ମିଳିପାରିନାହିଁ।