ରାଜଧାନୀରେ ମାଛ ବିକିବେ ସରକାର ! ଗାଡ଼ିରେ ମିଳିବ ତଟକା ମାଛ, ଆରମ୍ଭ ହେଲା ଫିସ ଅନ ୱିଲ ଯୋଜନା

84

କନକ ବ୍ୟୁରୋ : ରାଜ୍ୟର ପ୍ରାୟ ୮୦ ଭାଗ ଲୋକ ମାଛ ପ୍ରିୟ । ଯାହା ସରାକାରୀ ରିପୋର୍ଟରୁ ଜଣାପଡିଛି । ସେଥିପାଇଁ ବର୍ତ୍ତମାନ ସରକାରୀ ଗାଡ଼ିରେ ମିଳିବ ମାଛ । ଫିସ ଅନ ୱିଲ ଯୋଜନା ମାଧ୍ୟମରେ ମତ୍ସ୍ୟ ପ୍ରାଣୀ ସଂପଦ ବିଭାଗ ମାଛ ଉପଭୋକ୍ତାଙ୍କୁ ମାଛ ଓ ଚିଙ୍ଗୁଡ଼ିରୁ ପ୍ରସ୍ତୁତ ତଟକା ଖାଦ୍ୟ ଯୋଗାଇବା ପାଇଁ ଏକ ଅଭିନବ ପ୍ରୟାସର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ୧୦ଟି ଫିସ ଅନ ୱିଲ ଗାଡ଼ିର ଶୁଭାରମ୍ଭ ହୋଇଛି ।

ପରବର୍ତ୍ତୀ ସମୟରେ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସହର ଓ ପର୍ଯ୍ୟଟନ ସ୍ଥଳୀର ଉପଭୋକ୍ତାମାନଙ୍କୁ ଏହି ସୁବିଧା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଫିସ ପେଡ଼ ଓ ସରକାର ଉଭୟଙ୍କ ଉଦ୍ୟମରେ ସତେଜ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ପଂଚାୟତ ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ଅନ୍ୟନ ବରିଷ୍ଠ ପଦଧିୀକାରୀ ଯୋଗେ ଦେଇଥିଲେ ।