ବଜେଟ୍ ପାଇଁ ମତାମତ ଲୋଡିଲେ ସରକାର! ଜାନୁଆରୀ ୧୫ ସୁଦ୍ଧା ପ୍ରସ୍ତାବ ଦେଇପାରିବେ ସାଧାରଣ ଲୋକ

35

କନକ ବ୍ୟୁରୋ: ୨୦୧୭-୧୮ ଆର୍ଥିକ ବର୍ଷର ବଜେଟ ପ୍ରସ୍ତୁତ ପୂର୍ବରୁ ସାଧାରଣ ଲୋକଙ୍କ ମତାମତ ଲୋଡିଲେ ରାଜ୍ୟ ସରକାର । ଆଗାମୀ ୧୫ ତାରିଖ ମଧ୍ୟରେ ମତାମତ ରଖିବାକୁ କୁହାଯାଇଛି । ସାଧାରଣ ଲୋକେ ଏବଂ ବିଭିନ୍ନ ସାମାଜିକ ଓ ନାଗରିକ ସଂଗଠନ ସେମାନଙ୍କ ସୁଚିନ୍ତିତ ମତାମତ ଓଡିଶା ସରକାରଙ୍କ ଇ-ମେଲ ଓଡିଶା ବଜେଟ ଆଟ୍ ଜିଓଭି ଡଟ୍ ଇନରେ ଦେଇପାରିବେ । ଏହାଛଡା ହ୍ୱାଟ୍ସଆପ୍, ଟେଲିଗ୍ରାମ ଓ ଫୋନ ନଂ- ୯୪୩୮୧୬୧୧୧୧କୁ ଏସଏମଏସ କରି ମତ ଦେଇପାରିବେ ।

ଗତବର୍ଷଠାରୁ ଏଭଳି ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରାଯାଉଛି । ପୂର୍ବରୁ କେବଳ ଇ-ମେଲ ଓ ଏସଏମଏସ ଜରିଆରେ ମତାମତ ନିଆଯାଉଥିବାବେଳେ ଏଥର ହ୍ୱାଟ୍ସଆପ ଜରିଆରେ ମତାମତ ପଠାଇବାର ନୂତନ ବ୍ୟବସ୍ଥା କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓକୁ –