ଅମ୍ଫାନ କରିଛି କେତେ କ୍ଷତି ? ବାତ୍ୟା କ୍ଷୟକ୍ଷତିର ଆସିଲା ପ୍ରାଥମିକ ରିପୋର୍ଟ । ୧୦ଟି ଜିଲ୍ଲାର ୯୨ ବ୍ଲକ ବାତ୍ୟା ମାଡ ଖାଇଛି । ନଷ୍ଟ ହୋଇଛି ୧୫୧ କିଲୋମିଟରର ଗ୍ରାମ୍ୟ ରାସ୍ତା ।

380

କନକ ବ୍ୟୁରୋ: ବାତ୍ୟା କ୍ଷୟକ୍ଷତି ନେଇ ପ୍ରାଥମିକ ରିପୋର୍ଟ ଦେଲେ ସରକାର । ଅମ୍ଭାନରେ କେତେ କ୍ଷୟକ୍ଷତି ଓଡିଶାରେ ହୋଇଛି ତାର ପ୍ରଥମ ପର୍ଯ୍ୟାୟ ରିର୍ରେ୍ ମିଳିଛି । ତେବେ ଓଡିଶାରେ କେତେ କ୍ଷତି କରିଛି ଅମ୍ଫାନ? ୪୪ ଲକ୍ଷ ୪୪ ହଜାର ୮ ଶହ ୯୬ ଲୋକ ପ୍ରଭାବିତ । ୪ଟି ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଅଧିକ ପ୍ରଭାବିତ ।

ମୋଟ ୧୦ଟି ଜିଲ୍ଲାର ୯୨ ବ୍ଲକ, ୧୫୫୮ ଗ୍ରାମ ପଂଚାୟତ ବାତ୍ୟା ମାଡ ଖାଇଛି । ବାତ୍ୟା ପ୍ରଭାବରେ ୫୦୦ ଘର ସଂପୂର୍ଣ୍ଣ ଭାଙ୍ଗିଛି, ୧୫ ହଜାର ଆଂଶିକ ଭାଙ୍ଗିଛି । ୨୮ଟି ଗୃହ ପାଳିତ ମୃତ ଏବଂ ୩୬୮୦ କୁକୁଡା ମୃତ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜୀବନହାନୀ ହୋଇନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଅର୍ଥାତ ବାତ୍ୟାରେ କୌଣସି ଜୀବନ ଯାଇନି । ତେବେ ବାତ୍ୟା ପୂର୍ବରୁ ୨ ଲକ୍ଷ ୩ଶହ ୪୭ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଯୋଗାଯୋଗା, ପାନୀୟ ଜଳ, ଶକ୍ତି, କୃଷି, ପଶୁସଂପଦ, ରାସ୍ତା ଉପରେ ବାତ୍ୟାର ଅଧିକ ପ୍ରଭାବ ପଡିଛି । ଅମ୍ଫାନ ଯୋଗୁଁ ୧୫୧ କିଲୋମିଟର ରାସ୍ତା ନଷ୍ଟ ହୋଇଛି । ତେବେ କଟକ-ବାଲେଶ୍ୱରରେ ୪ ହଜାର ଗଛ ଉପୁଡିଛି ବୋଲି ସରକାର ରିପୋର୍ଟରେ ସୂଚନା ଦେଇଛନ୍ତି ।

ତେବେ ବାତ୍ୟା ଅମ୍ଫାନ ଯୋଗୁଁ ଓଡିଶାରେ ୧୫୧ କିଲୋମିଟର ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ମରାମତି ପାଇଁ ୩ କୋଟି ୮୮ ଲକ୍ଷ ଟଙ୍କାର ପାଣ୍ଠି ଆବଶ୍ୟକ ରହିଛି । ଏବଂ ରାସ୍ତାରେ ପଡିଥିବା ଗଛ ସଫା କରିବା ପାଇଁ ୫୦ ଲକ୍ଷ ୯୨ ହଜାର ଟଙ୍କାର ଆବଶ୍ୟକ ବୋଲି ଗ୍ରାମ୍ୟ ଉନ୍ନୟନ ଯୁଗ୍ମ ସଚିବଙ୍କୁ ଚିଠି ଲେଖିଛନ୍ତି ଚିଫ୍ ଇଂଜିନିୟର୍ସ ରୁରାଲ୍ ୱାର୍କ ।