‘କାଳିଆ’କୁ ନେଇ କସରତ ! ପାଣ୍ଠି ଯୋଗାଡ କରିବାକୁ ଅଧ୍ୟାଦେଶ ଆଣିବେ ସରକାର, ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଂଜୁରୀ ।

154

କନକ ବ୍ୟୁରୋ : କାଳିଆ ଯୋଜନା ପାଇଁ କ୍ୟାବିନେଟରେ କସରତ । ଯୋଜନା ବାବଦ ପାଣ୍ଠି ଯୋଗାଡ କରିବାକୁ ଅଧ୍ୟାଦେଶ ଆଣିବେ ସରକାର । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଆଜି ମଞ୍ଜୁର କରିଛି । କୃଷକଙ୍କ ଆୟ ବୃଦ୍ଧି ପାଇଁ କାର୍ଯ୍ୟକାରୀ ହେବାକୁ ଥିବା “କାଳିଆ’ ଯୋଜନା ପାଇଁ ଆକସ୍ମିକ ପାଣ୍ଠିର ପରିମାଣକୁ ୪ଶହ କୋଟିରୁ ୧୬ଶହ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ବର୍ତମାନ ବିଧାନସଭା ଚାଲୁନଥିବାରୁ ଏଥିପାଇଁ ଅଧ୍ୟାଦେଶ ଆଣିବେ ସରକାର । ଏଥିସହ ରାଜ୍ୟ କ୍ୟାବିନେଟ୍ ଆଜି ୧୨ଟି ପ୍ରସ୍ତାବକୁ ମଂଜୁରୀ ଦେଇଛି ।

ପୁରୁଣା ୟୁଜିସି ହାରରେ ଦରମା ପାଉଥିବା ଅଧ୍ୟାପକମାନଙ୍କ ଦରମା ୭ମ ବେତନ କମିଶନ ହାରରେ ବୃ୍ଦ୍ଧି କରାଯାଇଛି । ଏହାଦ୍ୱାରା ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୫ ହଜାର ୨୦୩ ଅଧ୍ୟାପକ ନୂଆ ସ୍କେଲ୍ରେ ଦରମା ପାଇବେ । ୨୦୧୬ ଜାନୁଆରୀ ପହିଲାରୁ ଏହି ଦରମା ପିଛିଲା ଭାବେ ଲାଗୁ ହେବ । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ “ବାଲୁକା କଳା ପାର୍କ’ ପାଇଁ ବାଙ୍କୀ ମୁହାଣରେ ଜମି ଯୋଗାଇ ହେବେ ରାଜ୍ୟ ସରକାର । ସେହିଭଳି ଏମ୍ସ, ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ତାଲିମ ଓ ରହିବା ପାଇଁ ଖୋର୍ଦ୍ଧାର ଟାଙ୍ଗୀଠାରେ ପ୍ରାୟ ୨ ଏକର ଜମି ଦେବା ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ ଦେଇଛିି ।