କେରଳ ପରେ ନିପା ଭାଇରସକୁ ନେଇ ସତର୍କ କଲେ ଓଡିଶା ସରକାର ! ୩ ଜଣିଆ ଟିମ୍ ପ୍ରସ୍ତୁତ କରି ନଜର ରଖିବାକୁ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

34

କନକ ବ୍ୟୁରୋ : କେରଳରେ ନିପା ଭାଇରସରେ ୧୪ ଜଣଙ୍କର ମୃତ୍ୟୁ ହେବା ପରେ ପ୍ରଥମ ଥର ପାଇଁ ଓଡିଶାରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ଟିମ୍ ପ୍ରସ୍ତୁତ କରି ଏହା ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛି । ବାଦୁଡି ଠାରୁ ସାଧାରଣତଃ ସଂକ୍ରମିତ ହେଉଥିବା ଏହି ଭୂତାଣୁର ମୁକାବିଲା ପାଇଁ ପରାମର୍ଶ ପୁସ୍ତିକା ମଧ୍ୟ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ ।

କେରଳରୁ ନିପା ଭାଇରସ୍ ଅନ୍ୟ ରାଜ୍ୟକୁ ବ୍ୟାପୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । କେରଳରୁ କର୍ଣ୍ଣାଟକକୁ ନିପା ଭାଇରସ ସଂକ୍ରମଣ ବ୍ୟାପିବା ପରେ ସାରା ଦେଶରେ ଏହାକୁ ନେଇ ଆତଙ୍କ ଖେଳଯାଇଛି । କାରଣ, ଏହି ଭାଇରସ୍ ପାଇଁ ଏପର୍ଯ୍ୟନ୍ତ ଭାକସିନ୍ ଉପଲବ୍ଧ ହୋଇନାହିଁ । ତେବେ ଏହି ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ତିନି ଜଣିଆ ଟିମ୍ ପ୍ରସ୍ତୁତ କରି ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ । ଯେପରି ରୋଗୀ ସେବା ପ୍ରଭାବିତ ନହେବ ସେଥିପାଇଁ ସିଡିଏମଓ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

SOURCE : zeenews.india.com

କ’ଣ ଏହି ନିପା ଭାଇରସ?
ଏହା ଏକପ୍ରକାର ମସ୍ତିଷ୍କ ଜ୍ୱର । ମଣିଷ, ବାଦୁଡ଼ି, ଘୁଷୁରୀକୁ ଏହି ରୋଗ ଆକ୍ରାନ୍ତ କରିଥାଏ । ମୁଖତଃ ବାଦୁଡ଼ି ଏହି ରୋଗର ବାହକ ହୋଇଥାଏ । ବିଶେଷ କରି ବାଦୁଡ଼ି ଖଣ୍ଡିଆ ଫଳ, ବାଦୁଡ଼ି ମାଂସ ଖାଇଲେ ମଣିଷ ଶରୀରକୁ ଆସିଥାଏ ଏହି ଭାଇରସ୍ । ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ରୋଗ ବ୍ୟାପିଥାଏ ।

ଆସନ୍ତୁ ନଜର ପକାଇବା ଏହାର ଲକ୍ଷଣ କ’ଣ?


– ନିଶ୍ୱାସ-ପ୍ରଶ୍ୱାସ ନେବାରେ କଷ୍ଟ ହେବ
– ୪-୫ ଦିନ ଧରି ଜ୍ୱର ଲାଗିରହିବ
– ମୁଣ୍ଡ ବୁଲାଇବା ସହ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହେବ
– ଦେହ-ହାତଗୋଡ଼ରେ ମଧ୍ୟ ଯନ୍ତ୍ରଣା ହେବ
– ଅନ୍ୟାନ୍ୟ ଫ୍ଲୁ ଭଳି କିଛି ଲକ୍ଷଣ ଦେଖାଦେବ

ଏହି ରୋଗର ପ୍ରତିରୋଧ କରିବା ପାଇଁ କ’ଣ କରିବା ଉଚିତ୍ ?

nipah virus
– ଖଜୁରୀ କୋଳିଠାରୁ ଦୂରେଇ ରୁହନ୍ତୁ
– ଖଣ୍ଡିଆ ହୋଇଥିବା ଫଳ, ଗଛ ତଳେ ପଡ଼ିଥିବା ଫଳ ଖାଆନ୍ତୁ ନାହିଁ
– ବାଦୁଡ଼ି ମାଂସ ଖାଆନ୍ତୁ ନାହିଁ
– ସଂକ୍ରମିତ ହୋଇଥିବା ରୋଗୀଙ୍କଠାରୁ ଯଥାସମ୍ଭବ ଦୂରରେ ରୁହନ୍ତୁ

ନିପା ଭାଇରସରେ କେରଳରେ ୧୪ ଜଣ ପ୍ରାଣ ହରାଇଛନ୍ତି । ୨୫ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଛନ୍ତି । କର୍ଣ୍ଣାଟକରେ ୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗ କେରଳରୁ ଅନ୍ୟ ଅଂଚଳକୁ ବ୍ୟାପୁଥିବାରୁ ଏହର ଉପରେ କଡ଼ା ନଜର ରଖାଯାଇଛି ।