ରାଜ୍ୟରେ ରୋଗୀସେବାକୁ ଗୁରୁତ୍ୱ ଦେଇ ୨୬ଟି ନୂଆ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ସ୍ୱସ୍ଥ୍ୟମନ୍ତ୍ରୀ ।

17

ରାଜ୍ୟରେ ରୋଗୀ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ୧୦୮ ଆମ୍ବୁଲାନ୍ସ ସେବାରେ ଯୋଡି ହେଲା ଆଉ ୨୬ଟି ନୂତନ ଆମ୍ବୁଲାନ୍ସ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାାଣ ମନ୍ତ୍ରୀ ପ୍ରତାପ ଜେନା ୨୬ଟି ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି । ୨୦୧୩ ମସିହାରୁ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୪୪୪ ଟି ୧୦୮ ଆମ୍ବୁଲାନ୍ସ ରାଜ୍ୟର ୩୦ଟି ଜିଲ୍ଲାରେ ମାଗଣା ସେବା ଯୋଗାଇ ଦେଇଆସୁଛି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୁଚନା ମୁତାବକ ରାଜ୍ୟର ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଜରୁରୀକାଳୀନ ସେବାକୁ ପ୍ରସାରିତ କରିବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅତିରିକ୍ତ ୯୨ଟି ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି । ଗତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୯୨ଟି ଆମ୍ବୁଲାନ୍ସ ମଧ୍ୟରୁ ୨୪ଟିର ଶୁଭାରମ୍ଭ କରିଥିଲେ । ଆଜି ୨୬ଟି ଆମ୍ବୁଲାନ୍ସକୁ ଶୁଭାରମ୍ଭ କରାଯାଇଛି । ବାକି ୪୨ଟି ଆମ୍ବୁଲାନ୍ସ ଖୁବଶୀଘ୍ର ରାଜ୍ୟର ସେବା କ୍ଷେତ୍ରରେ ସାମିଲ କରାଯିବବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ତେବେ ୧୦୮ ଆମ୍ବୁଲାନ୍ସ ବ୍ୟତୀତ ଗର୍ଭବତୀ ମା’ ଏବଂ ଏବଂ ଅସୁସ୍ଥ ଶିଶୁଙ୍କ ସେବା ପାଇଁ ୫୦୦ଟି ୧୦୨ ଆମ୍ବୁଲାନ୍ସର ବ୍ୟବସ୍ଥା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୩୫ ଲକ୍ଷରୁ ଅଧିକ ଲୋକ ଏହି ସେବାଦ୍ୱାରା ଉପକୃତ ହୋଇଛନ୍ତି । ତେବେ ୨୮ଟି ବି.ଏଲ.ଏସ ଆମ୍ବୁଲାନ୍ସକୁ ଆଡଭାନ୍ସ ଲାଇଫ ସପୋର୍ଟକୁ ରୂପାନ୍ତର କରିବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅର୍ଥ ଯୋଗାଇ ଦେଇଛନ୍ତି । ୯୦ କୋଟି ଟଙ୍କାର ବ୍ୟୟ ଅଟକଳରେ ଆଗାମୀ ୫ ବର୍ଷ ପାଇଁ ଏହି ଅତିରିକ୍ତ ଆମ୍ବୁଲାନ୍ସ କାର୍ଯ୍ୟ କରିବ ।