ଗ୍ଲାମର ଦୁନିଆରେ ଜଲୱା ଦେଖାଇଲେ ଓଡ଼ିଆ ଝିଅ ରୋଜାଲିନ ! ଟପ ମଡେଲ ଇଣ୍ଡିଆ ପ୍ରତିଯୋଗିତାରେ ଦେଖାଇଲେ ଦମ

37

କନକ ବ୍ୟୁରୋ : ଗ୍ଲାମର ଜଗତରେ ଜଲୱା ଦେଖାଇଲେ ଆଉ ଏକ ଓଡ଼ିଆ ଝିଅ । ମଡେଲିଂ ଦୁନିଆରେ ଆଉ ଜଣେ ଓଡିଆ ଝିଅଙ୍କ କମାଲ । ଯାଜପୁର ଉମାପଦା ଅଂଚଳରେ ରହୁଥିବା ଝିଅ ରୋଜାଲିନ ବେହେରା ନିକଟରେ ନୂଆଦିଲ୍ଳୀ ଠାରେ ଅନୁଷ୍ଠିତ ଟପ ମଡେଲ ଇଣ୍ଡିଆ ପ୍ରତିଯୋଗୀତାର ବିୟୁଟିଫୁଲ କାଟେଗୋରିରେ ବାଜି ମାରିନେଇଛନ୍ତି । ସେ ଦେଶର ଅନ୍ୟ ମଡେଲଙ୍କୁୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି ।

rojalinରୋଜାଲିନଙ୍କ ସଫଳତା ଯୋଗୁଁ ପୂରା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ଝିଅ ରୋଜାଲିନଙ୍କ ସଫଳତାରେ ପରିବାର ଲୋକେ ଏହା ଭଗବାନଙ୍କ ଆର୍ଶିବାଦ ଯୋଗୁଁ ସଫଳ ହୋଇଛି ବୋଲି କହିଛନ୍ତି । ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିବା ପରେ ବଲିଉଡରେ ପାଦ ଦେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ରୋଜାଲିନ କହିଛନ୍ତି ।

ବର୍ତମାନ ରୋଜାଲିନ ବାଂଗାଲୋରରେ ଏକ ସପଂ୍ଟୱେୟାର କଂପାନିରେ ଏବେ କାମ କରୁଛନ୍ତି । ଚାକିରି କରିବା ସହିତ ମଡେଲିଂ ପ୍ରତି ବିଶେଷ ରୁଚି ରହିଥବା କାରଣରୁ ତାଙ୍କୁ ଆଜି ଏହି ସପଂଳତା ମିଳିପାରିଛି । ରୋଜାଲିନଙ୍କୁ ଏହି ସପଂଳତା ମିଳିବା ପରେ ପରିବାର ଓ ସଂପର୍କୀୟ ଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ପୂର୍ବରୁ ରୋଜାଲିନ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରି ଜିଲା ପାଇଁ ଗୌରବ ଆଣିପାରିଛନ୍ତି । ତେବେ ଆଗାମୀ ଦିନରେ ଏଭଳି ପ୍ରୟାସ ଜାରିରହିଲେ ରାଜ୍ୟ ତଥା ଦେଶ ପାଇଁ ସେ ଗୌରବ ଆଣିବେ ଏଥିରେ ସନ୍ଦେହ ନାହିଁ ।