ସୁନ୍ଦରୀ ପ୍ରତିଯୋଗିତାରେ ଜଲୱା ଦେଖାଇଲେ ଓଡିଆ ଝିଅ ! ମିସ୍ ଇଣ୍ଡିଆ ଏଲିଗାଂଟ ୨୦୧୭ ଟାଇଟଲ ଜିତିଲେ ଜୟପୁରର ଆନି ପ୍ରିନ୍ସ

57

କନକ ବ୍ୟୁରୋ : ଓଡିଶାକୁ ପୁଣିଥରେ ଜାତୀୟ ସ୍ତରର ମଞ୍ଚରେ ଗର୍ବିତ କରିଛନ୍ତି ଜୟପୁର ଝିଅ ଆନି ପ୍ରିନ୍ସ । ଜୟପୁରର ଆନି ପ୍ରିନ୍ସ ମିସ୍ ଇଣ୍ଡିଆ ଏଲିଗାଂଟ ୨୦୧୭ର ବିଜେତା ବନିଛନ୍ତି । ବାଙ୍ଗାଲୁରୁରେ ଆୟୋଜିତ ଏହି ପ୍ରତିଯୋଗିତାରେ ଆନି ପ୍ରିନ୍ସ ବିଜେତା ହେବା ସହ ଅନ୍ୟ ୪ଟି ବର୍ଗରେ ମଧ୍ୟ ବିଜୟୀ ହୋଇଛନ୍ତି । ମିସ୍ ଇଣ୍ଡିଆ ଏଲିଗାଂଟ ୨୦୧୭ ସହ ମିସ୍ ନର୍ଥ ଇଷ୍ଟ, ବେଷ୍ଟ ର୍ୟାମ୍ପ ୱାକ ଓ ମିସ୍ ଫ୍ୟାଶନ ଏଲିଗ୍ୟାଂଟ କ୍ୟାଟେଗୋରୀରେ ୱିନର ହୋଇଛନ୍ତି । ସେହିପରି ମିସ୍ ମୁମ୍ବାଇ ଓ ମିସ୍ ବାଙ୍ଗାଲୁରୁ ରନର୍ସ ଅପ୍ ହୋଇଛନ୍ତି ।

କୋରାପୁଟର ଜୟପୁରରୁ ସୁନ୍ଦରୀ ପ୍ରତିଯୋଗିତାର ମଞ୍ଚ । ସୁନ୍ଦରୀ ପ୍ରତିଯୋଗିତାରେ ଆଉ ଜଣେ ଓଡ଼ିଆ ଝିଅ । ମିସ୍ ଇଣ୍ଡିଆ ଏଲିଗାଂଟ ୨୦୧୭ର ବିଜେତା ବନିଛନ୍ତି ଜୟପୁରର ଆନି ପ୍ରିନ୍ସ । ଏହି ପ୍ରତିଯୋଗିତାରେ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ମୁକୁଟ ପିନ୍ଧିଛନ୍ତି ଆନି । ଆଗରୁ ସେ ମିସ୍ ବାଙ୍ଗାଲୁରୁ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ।

aniପୂର୍ବରୁ ତାମିଲ ଓ କନ୍ନଡ ଚଳଚ୍ଚିତ୍ରରେ ବେଶ ନାଁ କରିଛନ୍ତି ଆନି । ହାତରେ ଆହୁରୀ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମଧ୍ୟ ରହିଛି । ପଛୁଆ ଜିଲ୍ଲା ଭାବେ ଗଣାଯାଉଥିବା କୋରାପୁଟ ଜିଲ୍ଲା ଜୟପୁରରୁ ସେ ନିଜ ଅଭିଯାନ ଆରମ୍ଭ କରିଥିଲେ । ପ୍ରିନ୍ସଙ୍କ ପରିବାର ଚାହୁଁଥିଲେ ସବୁ ଝିଅଙ୍କ ପରି ପ୍ରିନ୍ସ ବି ଚାକିରୀଟିଏ କରୁ । ସେଥିପାଇଁ ବାଙ୍ଗାଲୋର ସ୍ଥିତ ଗ୍ଲୋବାଲ ଇନଷ୍ଟିଚ୍ୟୁଟରେ ଭର୍ତି କରାଇଥିଲେ । କିନ୍ତୁ ପ୍ରିନ୍ସଙ୍କର ଆଗ୍ରହ ଥିଲା ଅଭିନୟରେ ।

ତେଣୁ ଅଧାରୁ ପାଠ ଛାଡି ପ୍ରବେଶ କରିଥିଲେ ମଡେଲିଂ ଦୁନିଆରେ । ଆଉ ୨୦୧୨ ମସିହାରେ ମିସ୍ ବାଙ୍ଗାଲୁରୁର ତାଜ ପିନ୍ଧିଥିଲେ ଆନି । କ୍ୟାରିୟରର ପ୍ରଥମ ସୋପାନରେ ତାଙ୍କୁ ବେଶ୍ କଷ୍ଟ କରିବାକୁ ପଡିଥିଲା । ତେବେ ସେ ସବୁକୁ ଖାତିର ନକରି ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ଚାଲିଛନ୍ତି ଆନି । ଜୟପୁରର ଭଳି ଛୋଟିଆ ଅଞ୍ଚଳରୁ କ୍ୟାରିୟର ଆରମ୍ଭ କରିଥିବା ଏନି ଅଦମ୍ୟ ଇଚ୍ଛାଶକ୍ତି ବଳରେ ମିସ୍ ଇଣ୍ଡିଆ ଭଳି ବଡ ମଞ୍ଚରେ ନିଜକୁ ପ୍ରମାଣିତ କରି ପାରିଛନ୍ତି ।