ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପାଦ ପୂଜା ନେଇ ଚର୍ଚ୍ଚା : ନବରଙ୍ଗପୁରରେ ମନ୍ତ୍ରୀଙ୍କ ପାଦ ଧୋଇଲେ ଗ୍ରାମବାସୀ

28

ନବରଙ୍ଗପୁର : ମନ୍ତ୍ରୀଙ୍କ ପାଦ ପୂଜା, ଗଣତନ୍ତ୍ରରେ ସାମନ୍ତବାଦୀ ପ୍ରଥାର ପ୍ରତିଫଳନ । ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କ ପାଦ ଧୋଇ ଦେଉଛନ୍ତି ଗ୍ରାମବାସୀ। । ନବରଙ୍ଗପୁର ଜିଲ୍ଲାରେ ବିଜୁ କେବିକେ ଯୋଜନାରେ ରାସ୍ତାର ଶୁଭ ଦେବାକୁ ଯାଇଛନ୍ତି ମନ୍ତ୍ରୀ ସଂଜୟ ଦାସବର୍ମା । ଲୋକେ ଭୋଟ ଦେଇ ଲୋକ ପ୍ରତିନିଧି ବାଛିଛନ୍ତି । ଜନତା, ନେତାଙ୍କ ପାଇଁ ଭଗବାନ ବୋଲି କୁହାଯାଏ, ମାତ୍ର ମନ୍ତ୍ରୀପଦ ପାଇଲା ପରେ କିପରି ଭଗବାନ ପାଲଟି ଯାଉଛନ୍ତି ଲୋକ ପ୍ରତିନିଧି ।

ଲୋକେ ପାଦ ଧୋଇ ପୂଜା କରୁଛନ୍ତି ମନ୍ତ୍ରୀଙ୍କୁ । ତାଙ୍କୁ ଫୁଲମାଳ ବି ପିନ୍ଧାଉଛନ୍ତି । ରାଇଘର ବ୍ଲକ ଇଂଲାଷଣ୍ଡି ଠାରୁ ରଘୁଡଙ୍ଗ୍ରୀ ଯାଏଁ ରାସ୍ତାର ଶୁଭ ଦେବା ବେଳେ ଦେଖିବାକୁ ମିଳିଥିଲା ଏଭଳି ସାମନ୍ତବାଦୀ ପ୍ରଥାର ଦୃଶ୍ୟ । ଲୋକେ ପାଦ ଧୋଇ ଦେଉଥିବା ବେଳେ ବେଶ ଉତଫୁଲିତ ଦେଖା ଯାଉଛନ୍ତି ମନ୍ତ୍ରୀ ମହୋଦୟ । ଏପରିକି ଉପସ୍ଥିତ ଥିବା ବିଜେଡି ନେତା ଓ କର୍ମୀ ମଧ୍ୟ ଏହାକୁ ଉତ୍ସାହିତ କରିବା ଦେଖିବାକୁ ମିଳିଥିଲା ।