ଛତିଶଗଡ ମୁହାଁ ଓଡିଶା ଚାଷୀ : ଧାନର ସହାୟକ ମୂଲ୍ୟ ସୁହାଉନଥିବାରୁ ଓଡିଶା ମଣ୍ଡିକୁ ଆସୁନି ଧାନ

124

କନକ ବ୍ୟୁରୋ : ଓଡ଼ିଶା ଚାଷୀ ଛତିଶଗଡ଼ ମୁହାଁ । ସହାୟକ ମୁଲ୍ୟ ସୁହାଉନଥିବାରୁ ଓଡିଶା ମଣ୍ଡିକୁ ଆସୁନି ଧାନ । ଆଗକୁ ସ୍ଥିତି ନ ସୁଧୁରିଲେ ସବୁ ଧାନ ଯିବ ପଡ଼ୋଶୀ ରାଜ୍ୟକୁ ।

ଓଡ଼ିଶା ଧାନ ପଡ଼ିଶା ଘରେ । କୋରାପୁଟ ଜିଲ୍ଲା ସୀମାନ୍ତରେ ରହୁଥିବା ଚାଷୀ ପଡ଼ୋଶୀ ରାଜ୍ୟ ଛତିଶଗଡକୁ ନିଜର ପଡ଼ିଶା ଘର କରିଛନ୍ତି । ସଂଜ ନଇଁଲେ ଗାଡି ଗାଡି ଧାନ ପଡୋଶୀ ରାଜ୍ୟକୁ ଯାଉଛି । ଛତିଶଗଡରେ ଧାନର ସହାୟକ ମୂଲ୍ୟ ଅଧିକ ମିଳୁଥିବାରୁ ସେଠାରେ ଧାନ ବିକ୍ରି କରୁଛନ୍ତି କୋରାପୁଟ କୋଟପାଡର ଚାଷୀ । କୋଟପାଡ ମଣ୍ଡିରେ ଧାନର ଏଫଏକ୍ୟୁ ମାନକୁ ନେଇ କଟନି ଛଟନି ବିବାଦ ଲାଗି ରହିଥିବାରୁ ଚାଷୀ ଛତିଶଗଡ ମୁହାଁ ହୋଇଛନ୍ତି ।

• କୋରାପୁଟ ଜିଲ୍ଳାରେ ଖରିଫ ଧାନ କିଣିବା ପାଇଁ ୪୬ଟି ମଣ୍ଡି ଖୋଲା ଯାଇଛି ।

• ଧାନର ସହାୟକ ମୂଲ୍ୟ ରାଜ୍ୟ ସରକାର ୧୭୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି ।

• ଛତିଶଗଡରେ ଧାନର ସହାୟକ ମୂଲ୍ୟ ୨୫ଶହ ଟଙ୍କା ରହିଛି ।

• ତେଣୁ କୋଟପାଡ ଠାରୁ ମାତ୍ରା ୮ କିଲୋମିଟର ଦୂର ଛତିଶଗଡ଼ ମଣ୍ଡିରେ ଧାନ ବିକ୍ରି କରୁଛନ୍ତି ଚାଷୀ ।

ଚାଷୀଙ୍କ ପାଇଁ ସବୁ ଖୋଲା, ଯେଉଁଠାରେ ଅଧିକ ପଇସା ମିଳିବ ସେଠାରେ ଚାଷୀ ବିକ୍ରି କରିପାରିବେ । ସରକାରୀ ନୀତି ନିୟମ ଅନୁସାରେ କୋଟପାଡରେ ମଣ୍ଡି ଚାଲିଥିବା କହିଛନ୍ତି ମଣ୍ଡି ଦାୟୀତ୍ୱରେ ଥିବା ଜୟପୁର ଉପଜିଲ୍ଳାପାଳ ।