ନିଶା ବଢାଉଛି ରାଜକୋଷ ! ମଦବିକ୍ରିରେ ରାଜ୍ୟ ସରକାର କରିଛନ୍ତି ପ୍ରଚୁର ଆୟ

48

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନବୀନ ପଟ୍ଟନାୟକଙ୍କ ୧୬ ବର୍ଷର ଶାସନରେ ରାଜ୍ୟରେ ମଦ ଦୋକାନ ସଂଖ୍ୟା ଦୁଇ ଗୁଣ ହୋଇଛି । ରାଜସ୍ୱ ଆଦାୟ ବି ଢ଼େର ବଢ଼ିଛି । ଏକଥା ଆଜି ବିଧାନସଭାରେ ସ୍ୱୀକାର କରିଛନ୍ତି ଅବକାରୀ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ।

କଂଗ୍ରେସ ସଭ୍ୟ ପ୍ରଫୁଲ୍ଲ ମାଝୀଙ୍କ ଲିଖିତ ପ୍ରଶ୍ନର ଉତର ଦେଇ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଅବକାରୀ ମନ୍ତ୍ରୀ ଦାମ ରାଉତ । ୨୦୦୧-୨୦୦୨ରେ ରାଜ୍ୟରେ ହଜାରେ ୭୯୮ଟି ମଦ ଦୋକାନ ଥିବା ବେଳେ ୨୦୧୬-୧୭ରେ ଏହା ୩,୯୨୨ରେ ପହଞ୍ଚିଛି । ସେହିଭଳି ୧୬ ବର୍ଷ ତଳେ ମଦରୁ ୧୯୬.୧୭ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ, ଚଳିତ ବର୍ଷ କେବଳ ଅକ୍ଟୋବର ମାସ ସୁଦ୍ଧା ୧୫୦୩.୩୩ କୋଟି ଟଙ୍କା ଆଦାୟ ହୋଇଛି ।

ଅପପୁଷ୍ଟିର ଶିକାର ହେଉଥିବା ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମଦ ବନ୍ଦ କରିବା ଯୁକ୍ତଯୁକ୍ତ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ସଂପୂର୍ଣ୍ଣ ନିଶା ନିବାରଣ ହେଲେ ଚୋରା ମଦ ପିଇ ଲୋକେ ବିଷାକ୍ତ ମଦମୃତ୍ୟୁର ଶିକାର ହେବେ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଏହାକୁ ନେଇ ବିଭିନ୍ନ ଦଳର ବିଧାୟକ ପ୍ରତିକ୍ରିୟା ଦେଇଛନ୍ତି ।