ଆଜି ଭୁବନେଶ୍ୱରରେ ଓଡିଶା ଏଜୁକେଶନ କନକ୍ଲେଭ-୨୦୧୮ ଉତ୍କର୍ଷ : ଯୋଗଦେବେ ପ୍ରସିଦ୍ଧ ଗଣିତଜ୍ଞ ଆନନ୍ଦ କୁମାରଙ୍କ ସମେତ ଶିକ୍ଷାବିତ୍ ଓ ପ୍ରଶାସନିକ ଅଧିକାରୀ

125

କନକ ବ୍ୟୁରୋ : କନକ ନ୍ୟୁଜର ଅଭିନବ ପ୍ରୟାସ । ଆଜି ଆୟୋଜିତ ହେବ ଓଡିଶା ଏଜୁକେଶନ କନକ୍ଲେଭ୍ ୨୦୧୮ ଉତ୍କର୍ଷ । ଏଥିରେ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା । ପ୍ରତିଯୋଗିତାମୂଳକ ବ୍ୟବସ୍ଥା କିଭଳି ଆମର ସୃଜନଶୀଳତାକୁ ନଷ୍ଟ କରିଦେଉଛି ସେ ନେଇ ଆଲୋଚନା ହେବ । ଏକ ସୁନ୍ଦର ମନ , ସୁପର ଥାର୍ଟି ଷ୍ଟୋରୀ ଉପରେ ପ୍ରସିଦ୍ଧ ଗଣିତଜ୍ଞ ଆନନ୍ଦ କୁମାର ରଖିବେ ମତ । ସେହିପରି ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ନୂଆ ପିଢ଼ିର ପାଠ ନେଇ ହେବ ଆଲୋଚନା । ତେବେ ସଫଳତାରେ କିଏ ପହଂଚାଏ ମେଧା ନା ଅଧ୍ୟବସାୟ ସେ ନେଇ ପ୍ରଶାସନିକ ଅଧିକାରୀ ଓ ବୁଦ୍ଧିଜୀବି ରଖିବେ ମତ ।