ଉଦଘାଟନ ହେଲା ଓଡ଼ିଶା.ଡାଟା.ଜିଓଭି.ଇନ୍ ! ୱେବସାଇଟରେ ମିଳିବ ସରକାରଙ୍କ ବିଭିନ୍ନ ବିଭାଗର ତଥ୍ୟ

40

କନକ ବ୍ୟୁରୋ : ସଚିବାଳୟରେ ଆଇଟି ବିଭାଗ ପକ୍ଷରୁ ଓଡ଼ିଶା.ଡାଟା.ଜିଓଭି.ଇନ୍ ପୋର୍ଟାଲର ଉଦଘାଟନ ହୋଇଛି । ୱେବସାଇଟରେ ସରକାରଙ୍କ ବିଭିନ୍ନ ବିଭାଗର ତଥ୍ୟ ଉପଲବ୍ଧ ହୋଇପାରିବ । ସେହିପରି ବିନା ଆରଟିଆଇ ମାଧ୍ୟମରେ ସବିଶେଷ ସୂଚନା ଏହି ସାଇଟରୁ ପାଇପାରିବେ ସାଧାରଣ ଲୋକେ । ପ୍ରଥମକରି ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ଏହାକୁ ଲାଗୁ କରାଯାଇଛି । ଅନ୍ୟ ବିଭାଗକୁ ଖୁବଶୀଘ୍ର ଏହାକୁ ଲାଗୁକରାଯିବ । ସେହିପରି ପ୍ରତ୍ୟେକ ବିଭାଗରେ ମୁଖ୍ୟ ଡାଟା ଅଫିସର ନିଯୁକ୍ତ କରାଯିବ । ଏହି ସମାରୋହରେ ମୁଖ୍ୟ ଶାସନ ସଚିବ, ଆଇଟି ସଚିବ ଉପସ୍ଥିତ ଥିଲେ ।