କନକ ବ୍ୟୁରୋ : ଓଡିଶାର ଲୋକସଭା ସାସଂଦଙ୍କୁ ମିଳିଲା ଶ୍ରେଷ୍ଠ ସାସଂଦ ପୁରସ୍କାର । ଲୋକସଭାରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ସେ ପରିଚିତ । କଟକରୁ ଲୋକସଭାରେ ପ୍ରତିନିଧିତ୍ୱ କରୁଛନ୍ତି । ତେବେ ସେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ । ଭକ୍ତହରି ମହାତାବ ଜଣେ ବିଶିଷ୍ଟ ବ୍ୟକ୍ତି ଭାବରେ ସାରା ରାଜ୍ୟରେ ଗୋରବ ଅର୍ଜନ କରିଛନ୍ତି । ଏହି ସୂଚନା ପାଇବା ପରେ ସାରା ଓଡିଶାରୁ ଶୁଭେଚ୍ଛାର ଶୁଅ ତାଙ୍କ ପାଖକୁ ଛୁଟିଛି । ପୂର୍ବରୁ ମଧ୍ୟ ଓଡିଶାର ଖାସ କରି କଟକର ଅନେକ ସମସ୍ୟାକୁ ନେଇ ଲୋକସଭାରେ ଦାବି କରିଛନ୍ତି । ବର୍ତ୍ତମାନ ସମୟରେ ସେ ଓଡଶାର ଲୋକସଭାରେ ସଂସଦୀୟ ଦଳର ନେତା ମଧ୍ୟ ଅଛନ୍ତି । ଦଳଗତ ନିର୍ବିଶେଷରେ ସେ ଜଣେ ଆଦର୍ଶ ନେତା ଭାବେ ବେଶ ଜଣାଶୁଣା ।

 

ତେବେ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହତାବଙ୍କ ସମେତ ୨୦୧୩ ପାଇଁ ନଜମା ହେପ୍‌ତୁଲ୍ଲା, ୨୦୧୪ ପାଇଁ ସାଂସଦ ହୁକୁମଦେବ ନାରାୟଣ ଯାଦବ, ୨୦୧୫ ପାଇଁ ରାଜ୍ୟସଭା ସଦସ୍ୟ ଗୁଲାମନବୀ ଆଜାଦ, ୨୦୧୬ ପାଇଁ ଲୋକସଭା ସାଂସଦ ଦିନେଶ ତ୍ରିବେଦୀଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ସମାରୋହରେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଉପସ୍ଥିତ ଥିଲେ। ପୁରସ୍କାର ଗ୍ରହଣ କରିସାରିଲା ପରେ ଶ୍ରୀ ମହତାବ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଏତେ ଲୋକସଭାର ସଦସ୍ୟଙ୍କ ମଧ୍ୟରୁ ମତେ ବଛା ଯାଇଥିବାରୁ ନିଶ୍ଚିତ ରୂପେ ମୁଁ ଗର୍ବିତ । ଓଡିଶାର ଏବଂ ମୋ ନିର୍ବାଚନ ତଥା ମୋ ନିର୍ବାଚନ ମଣ୍ଡଳୀର କିପରି ଭାବରେ ଉନ୍ନତି ହେବ ତାହା ଉପରେ ଧ୍ୟାନ ଦେବି ବୋଲି ଶ୍ରୀ ମହତାବ କହିଛନ୍ତି ।