ଢେଙ୍କାନାଳରେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ! ନ୍ୟାୟ ଦାବି କରି ରାଜ୍ୟ କଂଗ୍ରେସର ଆସନ୍ତା ୧୯ରେ ଓଡ଼ିଶା ବନ୍ଦ ଡ଼ାକରା

32

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ବାଲିକୁମା ଗାଁରେ ବିଧବା ମହିଳାଙ୍କୁ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇଛି ରାଜନୈତିକ ମୋଡ୍ ।

ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ନ୍ୟାୟ ଦାବି କରି ଆସନ୍ତା ୧୯ ତାରିଖରେ ପ୍ରଦେଶ ମହିଳା କଂଗ୍ରେସ ଓ ପ୍ରଦେଶ କଂଗ୍ରେସ ଅନୂସୂଚିତ ଜାତି ବିଭାଗ ପକ୍ଷରୁ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି ।

ପ୍ରତ୍ୟେକ ଜିଲ୍ଲାର ସଦରମହକୁମାଠାରେ ପ୍ରତିବାଦ କରାଯିବ ବୋଲି ସୂଚନା ଦେଇଛି ରାଜ୍ୟ କଂଗ୍ରେସ । ଓଡ଼ିଶାରେ ମହିଳା ସୁରକ୍ଷିତ ନୁହେଁ । ସରକାର ଏ ଘଟଣାକୁ ହାଲୁକା ଭାବରେ ନେଇଥିବା ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ ।