ଆଜି ସରୁଛି ମେକ୍ ଇନ୍ ଓଡିଶା କନକ୍ଲେଭ୍ : ନିବେଶ ପାଇଁ ଆଗ୍ରହୀ କଂପାନୀଙ୍କ ସହ ଆଲୋଚନା

39

କନକ ବ୍ୟୁରୋ : ଆଜି ସରୁଛି ମେକ୍ ଇନ୍ ଓଡିଶା କନକ୍ଲେଭ୍ । ଓଡିଶାରେ ନିବେଶ ପାଇଁ ଆଗ୍ରହୀ ଥିବା କଂପାନୀ ମାନଙ୍କ ସହ ଆଜି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ମୋଟ ୩୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ପାଇଁ ପ୍ରସ୍ତାବ ରହିଛି । ମେକ୍ ଇନ୍ ଓଡିଶାର ଦ୍ୱିତୀୟ ଦିନରେ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଥମ ପୁଂଜି ନିବେଶ ପ୍ରସ୍ତାବ ଆସିଛି ।

କେତେକ ହୋଟେଲ, ଫିଲ୍ମ ସେକ୍ଟରରେ ମୋଟ ୪ ହଜାର କୋଟି ଟଙ୍କା ନିବେଶ ପାଇଁ ପ୍ରସ୍ତାବ ଦେଇଛନ୍ତି । ନଟରାଜ ଗ୍ରୁପ ଅଫ ହୋଟେଲ , ହଳଦୀରାମ ଗ୍ରୁପ ଅଫ ହୋଟେଲ, ଦୁବାଇର ଆମେରାଲ ଗ୍ରୁପ୍ ଅଫ ହୋଟେଲ, ଦାର୍ଜିଲିଂର ମେରିଗୋଲ୍ଡ ଗ୍ରୁପ ଅଫ୍ ହୋଟେଲ ଓ କୋଲକାତାର ପ୍ଲାଟିନମ୍ ଇଂଟର ନ୍ୟାସନାଲ ଓଡିଶାରେ ପୁଂଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହା ସହ ମୁମ୍ବାଇର ଆଡା ଗ୍ରୁପ ଚିଲିକା ନିକଟରେ ଏକ ଫିଲ୍ମ ସିଟି ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିବା ପର୍ଯ୍ୟଟନ ସଚିବ ସୂଚନା ଦେଇଛନ୍ତି । ଅନ୍ୟପଟେ ଓୟୋ ରୁମ ସହ ଓଟିଡିସି ଚୁକ୍ତି ସ୍ୱାକ୍ଷର ହୋଇଛି । ଏହାଛଡା ହସ୍ତତନ୍ତ କ୍ଷେତ୍ରରେ ନିବେଶ କରିବା ପାଇଁ ୧୫ଟି କଂପାନୀ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି ।

ଦେଖନ୍ତୁ ଏହି ଭିଡିଓ –
<