ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ

18

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ । ସରକାରୀ ଯୋଜନାର ସୁଫଳ କିଭଳି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଂଚିବ ସେଥିଲାଗି ଜିଲ୍ଲାପାଳମାନଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ଭଲ ଯୋଜନା ସଂପର୍କରେ ସୂଚନା ମାଗିଛନ୍ତି ନବୀନ । ଫଳରେ ଏହାକୁ ଆନ୍ୟାନ୍ୟ ସ୍ଥାନୀରେ ମଧ୍ୟ କାର୍ଯ୍ୟକାରୀ କରାଯାଇ ପାରିବ । ଏହି ବୈଠକରେ ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ, ଆଦର୍ଶ ବିଦ୍ୟାଳୟ ସ୍ଥାପନ, ଏସସି/ଏସଟି ହଷ୍ଟେଲ ଏବଂ ବୃହତ ଜଳସେଚନ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ମୁଖ୍ୟତଃ ଜିଲ୍ଲାସ୍ତରରେ ଏହିସବୁ କାର୍ଯ୍ୟକ୍ରମ କିଭଳି ଚାଲିଛି ତାହାର ଟିକିନିଖି ତର୍ଜମା କରିବେ ନବୀନ । ସେପଟେ ଆସନ୍ତାକାଲି ବିଭିନ୍ନ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସମସ୍ତ ଏସପି ଉପସ୍ଥିତ ରହିବେ ।