ଆଜି ଗଡିବ ‘ମୁଁ ହିରୋ’ ରଥ : ବିଜୁ ଯୁବ ବାହିନୀର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁଁ ହିରୋ ହେବି’ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

49

କନକ ବ୍ୟୁରୋ: ଆଜି କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜବାହରଲାଲ ନେହରୁ ଇନ୍ଡୋର୍ ଷ୍ଟାଡିୟମ୍ରେ ‘ବିଜୁ ଯୁବ ବାହିନୀ’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁଁ ହିରୋ’ ଅଭିଯାନ ଆରମ୍ଭ କରିବେ। ଏହା ସହିତ ମୁଖ୍ୟମନ୍ତ୍ରୀ ୭କୋଟି ଟଙ୍କା ବ୍ୟୟରେ ନିର୍ମିତ କଟକ ଡିସିପିଙ୍କ ନୂଆ କା କାର୍ଯ୍ୟାଳୟ ଉଦଘାଟନ କରିବେ। ଏହି କୋଠାରେ ମୁଖ୍ୟତଃ ଜୁଭେନାଇଲ୍ ପୁଲିସ ୟୁନିଟ୍(ଏସ୍ଜେପିୟୁ) ଓ ଆଇୟୁସିଏଡବ୍ଲୁ(ଇନଭେଷ୍ଟିଗେଟିଂ ୟୁନିଟସ୍ ଫର୍ କ୍ରାଇମ୍ ଏଗେନେଷ୍ଟ ଓମେନ୍) ଭଳି ଦୁଇଟି ନୂତନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଖୋଲିଯିବାକୁ ଯୋଜନା ରହିଛି।

ଓଡ଼ିଶା ପୁଲିସ ହାଉସିଂ ଆଣ୍ଡ ଓ୍ଵଲ୍ଫେୟାର କର୍ପୋରେସନ୍ ପକ୍ଷରୁ ନିର୍ମାଣ ହୋଇଥିବା ଡିସିପିଙ୍କ ତିନି ମହଲା କୋଠାର ନିର୍ମାଣ କାଯ୍ୟ ଶେଷ ହୋଇଛି । ଗୋଟିଏ ଛାତ ତଳେ ପୁଲିସ କମିସନରଙ୍କ କ୍ୟାମ୍ପ ଅଫିସ୍, ଡିସିପିଙ୍କ କାର୍ଯ୍ୟାଳୟ, ଡିସିପିଙ୍କ କୋର୍ଟ, ସ୍ପେସାଲ ସ୍କ୍ଵାଡ୍ ଅଫିସ୍, କ୍ଲରିକାଲ୍ ସେକ୍ସନ, ଲାଇସେନ୍ସ ସେକ୍ସନ, ଡିଆଇବି, ଟେକ୍ନିକାଲ୍ ସ୍କ୍ଵାଡ୍, କ୍ରାଇମ୍ ସେକ୍ସନ, ମାନବ ଚାଲାଣ ନିରୋଧ ୟୁନିଟ୍, ଗୋପନୀୟ ବିଭାଗ, ଏଷ୍ଟାବ୍ଲିସ୍ମେଣ୍ଟ ସେକ୍ସନ, ବିଲ୍ଡିଂ ସେକ୍ସନ୍, ଗ୍ରିଭାନ୍ସ ସେଲ୍, ମଡର୍ଣ୍ଣ କଣ୍ଟ୍ରୋଲ ରୁମ୍ ଇତ୍ୟାଦି ବିଭାଗ ଖୋଲାଯିବ ।

ଅନ୍ୟପଟେ ‘ବିଜୁ ଯୁବ ବାହିନୀ’ ର ସ୍ୱତନ୍ତ୍ର କାର୍ଯ୍ୟାଳୟ ‘ମୁଁ ହିରୋ’ ହେବି ଅଭିଯାନର ଶୁଭାରମ୍ଭ ଅବସରରେ ‘ମୁଁ ହିରୋ ରଥ’ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ରଥ ଆସନ୍ତା ୨ମାସ ପର୍ୟ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ ଓ ପୌରାଞ୍ଚଳ ଭ୍ରମଣ କରିବ। ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପରିବେଶ, ନାରୀ ସଶକ୍ତିକରଣ, ପ୍ରାକୃତିକ ବିପର୍ୟ୍ୟସ୍ତ, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଲୁକାୟିତ ପ୍ରତିଭାଙ୍କୁ ଖୋଜିବା କାର୍ଯ୍ୟରେ ନିୟୋଜିତ ହେବ ବୋଲି ସୂଚନା ମିଳିଛି।