ମୋଦୀଙ୍କ ରୋଡ୍ ସୋ’ ପରେ ଆଜି ନବୀନ କରିବେ ଶକ୍ତି ପ୍ରଦର୍ଶନ। ମୟୁରଭଞ୍ଜ ଓ କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର

ସନ୍ଧ୍ୟାରୁ କଟକରୁ ଭୁବନେଶ୍ୱର ରୋଡ୍ ସୋ’

130

କନକ ବ୍ୟୁରୋ: ଆଜି କଟକରେ ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର ଆଜି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆରୁ ଆରମ୍ଭ ହେବ । କରଞ୍ଜିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପରେ ସିଧାସଳଖ କେନ୍ଦୁଝରରେ ନିର୍ବାଚନ ପ୍ରଚାର କରିବେ ନବୀନ ପଟ୍ଟନାୟକ ।

ଏହା ପରେ ସନ୍ଧ୍ୟାରେ କଟକରେ ଏକ ବିଶାଳ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି । ଦିନକ ପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେଉଥିବା ବେଳେ କାଲିଠୁ ୩ୟ ଏବଂ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ବ୍ୟାପି ମୁଖ୍ୟମନ୍ତ୍ରୀ ଏକ ହଜାର କିଲୋମିଟର ରୋଡ୍ ସୋ ଏବଂ ୧୫୦ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ବିଜେଡି ପ୍ରାର୍ଥୀଙ୍କୁ ଅଧିକ ଶକ୍ତିଶାଳୀ କରିବା ଓ କର୍ମୀମାନଙ୍କୁ ଉତ୍ସାହିତ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟଦେବରେ ରୋଡ୍ ସୋ’ କରିବେ। ନବୀନ ହାଇଟେକ୍ ପ୍ରଚାର ବସରେ ଅପରାହ୍ନରେ ବାଲିଅନ୍ତା ନିକୁଞ୍ଜ ବିହାରୀ ମନ୍ଦିର ନିକଟରୁ ରୋଡ୍ ସୋ’ରେ ବାହାରିବେ। ବେଣୁପୁର ପୂର୍ତ୍ତ ବିଭାଗ ଗୋପ ବ୍ରାଞ୍ଚ୍ କେନାଲ ବନ୍ଧ ରାସ୍ତାରେ ବେଣୁପୁର, ଭିଙ୍ଗାରପୁର, ପ୍ରତାପରୁଦ୍ରପୁର ଓ ଜୟଦେବ ପଞ୍ଚାୟତ ଅଞ୍ଚଳ ଦେଇ ବନମାଳିପୁର ବଜାରରେ ପହଞ୍ଚିବେ। ସେଠାରୁ ଅଠାନ୍ତର ବାଲିପାଟଣା ଛକ ରାସ୍ତା ଦେଇ ବାଳକାଟି ମୁଖ୍ୟ ରାସ୍ତାରେ ଭୁବନେଶ୍ବର ଫେରିବେ ବୋଲି ଜଣାପଡ଼ିଛି।

Comments are closed.