ନିର୍ବାଚନୀ ପ୍ରଚାର ବେଳେ କେନ୍ଦ୍ରୀୟ ନେତାଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ ନବୀନ: ମହାନଦୀ ପୋଲାଭରମ୍, ଚାଷୀ ଓ ଜଳସେଚନ ପ୍ରସଙ୍ଗରେ ବିଜେପି ଉପରେ ଜୋରଦାର ଆକ୍ରମଣ

ନବରଙ୍ଗପୁର କୋରାପୁଟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ

102

କନକ ବ୍ୟୁରୋ: ନିର୍ବାଚନୀ ପ୍ରଚାର ବେଳେ କେନ୍ଦ୍ରୀୟ ନେତାଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ ନବୀନ । କୋରାପୁଟ ଜିଲ୍ଲା କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳି କୁନ୍ଧ୍ରା ଜନସଭାରୁ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ଏହି ସଭାରେ ମହାନଦୀ ପାଣି ପ୍ରସଙ୍ଗ, ପୋଲାଭରମ୍ ପ୍ରକଳ୍ପ, ବିଜେପି ସରକାରଙ୍କ ରୋଜଗାର ପ୍ରତିଶ୍ରୁତି କୁଆଡେ ଗଲା । ଏହାସହ ଚାଷୀ ଓ ଜଳସେଚନ ପ୍ରସଙ୍ଗରେ ବିଜେପି ଉପରେ ଯୋରଦାର ଆକ୍ରମଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୦ କୋଟି ଚାକିରି କୁଆଡେ ଗଲା, ମହାନଦୀ ପାଣି କୁଆଡେ ଗଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି ।

ମଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳ ଯୋରଦାର ପ୍ରଚାର କରିଛନ୍ତି । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଓ କୋରାପୁଟରେ ନିର୍ବାଚନୀ ପ୍ରଚାର କରିଛନ୍ତି । ନବରଙ୍ଗପୁର ଷ୍ଟାଡିୟମ ଓ ରାଇଘରରେ ଜନସଭାକୁ ସମ୍ବୋଧନ କରିଛନ୍ତି ନବୀନ । ବିଜେଡି ଇସ୍ତାହାରରେ ଚାଷୀ କଲ୍ୟାଣ ୧ ନମ୍ବରରେ ରହିଛି । ଚାଷୀ କଲ୍ୟାଣ ବିଜେଡିର ଏକ ନମ୍ବର ଏଜେଣ୍ଡା । ସରକାର ଗଠନର ପ୍ରଥମ ଦିନରେ ବାକିଥିବା ୨୫ ଲକ୍ଷ ଚାଷୀଙ୍କୁ ୨ଟି କିସ୍ତିର କାଳିଆ ଟଙ୍କା ମିଳିବ । ନବଙ୍ଗପୁରରେ ୨ଟି ଜନସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପରେ କୋରାପୁଟ କୁନ୍ଦ୍ରାରେ ପ୍ରଚାର କରିଛନ୍ତି ନବୀନ ।