ରାଷ୍ଟ୍ରୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶାର କମାଲ ! ଇଣ୍ଡିଆ ସ୍କିଲ୍ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ।

91

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ତରର ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାର ୨୧ ଜଣ କୃତି ପ୍ରତିଯୋଗୀଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ସ୍କିଲସ ୨୦୧୮ ପ୍ରତିଯୋଗିତାରେ ୪ ଜଣ ସ୍ୱର୍ଣ୍ଣ, ୯ ରୌପ୍ୟ, ୬ ଜଣ ବ୍ରୋଞ୍ଜ ପଦକ ପାଇବା ସହ ୨ ଜଣ ମେଡାଲିଅନସ ଅଫ୍ ଏକ୍ସଲେନ୍ସ ହାସଲ କରିଥିଲେ ।  ବିଜେତାମାନେ ରୁଷିଆର କାଜାନ୍ ଠାରେ ୨୦୧୯ରେ ଅନୁଷ୍ଠିତ ହେବାକୁ ଥିବା କୌଶଳ ବିକାଶ ଦୁନିଆର ଅଲିମ୍ପିକ ‘ୱାର୍ଲ୍ଡ ସ୍କିଲସ’ରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ପ୍ରତିଦ୍ୱନ୍ଦିତା କରିବେ ।

ଉଲ୍ଲେଖନୀୟ କୁଶଳତା ପାଇଁ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  । ଏହି ଅବସରରେ ସରକାରୀ ପଲିଟେକ୍ନିକରେ ନିଯୁକ୍ତି ପାଇଥିବା ୨୧୬ ଜଣ ଅଧ୍ୟାପକଙ୍କୁ ସ୍ୱାଗତ କରାଯାଇଛି । ତେବେ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଣ୍ଡିଆ ସ୍କିଲ୍ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ସୂଚନା ଅନୁଯାୟୀ, ନୂଆଦିଲ୍ଲୀଠାରେ ‘ଇଣ୍ଡିଆ ସ୍କିଲ୍ ୨୦୧୮’ ୩ରୁ ୫ ଅକ୍ଟୋବର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଓଡିଶାର ପ୍ରତିଯୋଗୀଙ୍କୁ ଦୁଇଟି କମେଣ୍ଡେସନ୍ ଫର୍ ଏକ୍ସଲେନ୍ସ ମଧ୍ୟ ମିଳିଛି ।