କୁନ୍ଦୁଲି ପୀଡିତାଙ୍କୁ ଆତ୍ମହତ୍ୟା ପରେ ନ୍ୟାୟ ଦାବି !  ଆସନ୍ତାକାଲି ୧୨ଘଂଟିଆ ଓଡ଼ିଶା ବନ୍ଦ ଡାକରା ଦେଲେ ବିଜେପି ଓ କଂଗ୍ରେସ

46

କନକ ବ୍ୟୁରୋ : କୁନ୍ଦୁଳି ପୀଡିତାର ମୃତ୍ୟୁ ପ୍ରତିବାଦରେ କଂଗ୍ରେସ ଓ ବିଜେପରି ଓଡ଼ିଶା ବନ୍ଦ ଡାକରା  । ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି  କଂଗ୍ରେସ  ଓ ବିଜେପି । ୧୨ଘଂଟିଆ ଓଡ଼ିଶା ବନ୍ଦ ପାଳିବ ପ୍ରଦେଶ କଂଗ୍ରେସ  । ଅନ୍ୟପଟେ ନ୍ୟାୟ ଦାବି ହରତାଳ ଡାକରା ଦେଇଛି ବିଜେପି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରିବା ପାଇଁ କଂଗ୍ରେସ ଡାକରା ଦେଇଛି  । ମୂଳରୁ କଂଗ୍ରେସ ସିବିଆଇ ତଦନ୍ତ ଦାବି କରି ଆସିଥିବା ବେଳେ ଜଣେ ଦଳିତ ନାବାଳିକାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନ୍ୟାୟ ଦେବାରେ ବିଫଳ ହେଲେ ବୋଲି କଂହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ  ।

ଏହାସହ ହଠାତ୍ ବିଜେପି ସିବିଆଇ ତଦନ୍ତ ଦାବି କରିବାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି  । ସେପଟେ ପୀଡିତାକୁ ନ୍ୟାୟ ଦାବି କରି ଆଜି ରାଜଧାନୀରେ ମହିଳା କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ନବୀନ ନିବାସକୁ ମହିଳା କର୍ମି ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀ ଓ ମହିଳା କଂଗ୍ରେସ କର୍ମୀ ଧସ୍ତାଧସ୍ତା ହୋଇଛନ୍ତି  । ପ୍ରାୟ ୨୦ମହିଳା କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା ପୁଲିସ  ।