ଆଉ ବଜ୍ରପାତରେ ଯିବନି ନିରୀହ ଜୀବନ ! ୩୦ ମିନିଟ୍ ପୂର୍ବରୁ ମିଳିବ ବଜ୍ରପାତର ସର୍ତକ ସୂଚନା

30

କନକ ବ୍ୟୁରୋ: ଗୋଟିଏ ପଟେ ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଅନ୍ୟପଟେ ବଜ୍ରପାତ ନେଉଛି ଜୀବନ । ଦିନକୁ ଦିନ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ଚାଲିଛି । ଏଭଳି ସମୟରେ ବଜ୍ରପାତର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏଣିକି ୩୦ ମିନିଟ ପୂର୍ବରୁ ମିଳିବ ବଜ୍ରପାତର ସୂଚନା । ନିଦ୍ଦିଷ୍ଟ କେଉଁ ସ୍ଥାନରେ ବଜ୍ରପାତ ହେବ ୩୦ ମିନିଟ ପୂର୍ବରୁ ଏହାର ସୂଚନା ପାଇପାରିବେ ଲୋକେ । ଏଥିପାଇଁ ଲାଇଟିଂ ଡିଟେକ୍ସନ ସର୍ଭିସ ବ୍ୟବହାର କରିବାକୁ ସରକାର ଯୋଜନା କରିଛନ୍ତି ।

alert all over odishaଏହି ଅତ୍ୟାଧୁନିକ ସର୍ଭିସ ପାଇବା ପାଇଁ ଆର୍ଥ ନେଟୱର୍କ ସଂସ୍ଥା ସହ ରାଜ୍ୟ ସରକାର ଆଲୋଚନା କରିଛନ୍ତି । ଆର୍ଥ ନେଟସ୍ୱାର୍କ ସଂସ୍ଥା ପୂର୍ବରୁ ୯୦ଟି ଦେଶରେ ସକ୍ରିୟ ରହିଛି । ଭାରତର ଆନ୍ଧ୍ର, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ମଧ୍ୟ ଏହି ସଂସ୍ଥା କାମ କରିଛି । ତେଣୁ ଏହି କମ୍ପାନି ସହଯୋଗରେ ଲାଇଟିଂ ଡିଟେକ୍ସନ ସର୍ଭିସ ଦ୍ୱାରା ବଜ୍ରପାତ ହେବାର ୩୦ ମିନିଟ ପୂର୍ବରୁ ସୂଚନା ମିଳିପାରିବ । ୨୦୧୭-୧୮ରେ ବଜ୍ରାଘାତରେ ମୃତକଙ୍କ ସଂଖ୍ୟା ୪୫୬ରେ ପହଞ୍ଚିଛି । କେଉଁଝର, ମୟୂରଭଞ୍ଜ ଓ ଉପକୂଳ ଓଡ଼ିଶାରେ ଅଧିକ ବଜ୍ରପାତ ହେଉଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏନେଇ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।