ଓଡିଶା–ଛତିଶଗଡ ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଗୁରୁତ୍ୱପୂର୍ଣ୍ଣ ଆନ୍ତଃରାଜ୍ୟ ପରିଷଦ ବୈଠକ ଶେଷ

30

କନକ ବ୍ୟୁରୋ : ଓଡିଶା-ଛତିଶଗଡ ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଗୁରୁତ୍ୱପୂର୍ଣ୍ଣ ଆନ୍ତଃରାଜ୍ୟ ପରିଷଦ ବୈଠକ ଶେଷ । ଏହି ବୈଠକରେ ଯୋଗଦେଇଥିଲେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍ ନିର୍ମାଣକୁ ନେଇ ଓଡ଼ିଶା ଓ ଛିତଶଗଡ଼ ମଧ୍ୟରେ ଦେଖାଦେଇଛି ବିବାଦ । ଯାହାର ସମାଧାନ ପାଇଁ ଆଜି ନୂଆଦିଲ୍ଲୀରେ ଏହି ବୈଠକ ବସିଥିଲା । କେନ୍ଦ୍ର ଜଳ ସଂପଦ ମନ୍ତ୍ରାଳୟ ପକ୍ଷରୁ ଡକାଯାଇଥିବା ଏହି ବୈଠକରେ ଉଭୟ ଓଡ଼ିଶା ଓ ଛତିିଶଗଡ଼ର ମୁଖ୍ୟ ଶାସନ ସଚିବ ଯୋଗ ଦେଇଥିଲେ ।
ବୈଠକ ପରେ ଛତିଶଗଡ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ଖୁବ୍ ଶୀଘ୍ର ମିଳିତ କମିଟି ଗଠନ କରାଯିବ । ମିଳିତ କମିଟି ଆଧାରରେ ସମସ୍ୟାର ସମାଧାନ କରାଯିବ । ମହାନଦୀ ଜଳ ପ୍ରବାହ ବଜାୟ ରଖିବାକୁ ସହଯୋଗ କରିବୁ । ହୀରାକୁଦ ଡ୍ୟାମର କ୍ଷତି କରାଯିବ ନାହିଁ ।