ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେଲା ଡେୟାର ଡେଭିଲ ଶୋ । ହାତରେ ତ୍ରିରଙ୍ଗା ଧରି ମୋଟର ବାଇକ ଉପରେ ଦୁଃସାହସିକ କଳା ଦେଖାଇଲେ ସୁରକ୍ଷା କର୍ମୀ, ପରେଡରେ ଅଂଶଗ୍ରହଣ କଲା ଏସଓଜି ।

202

କନକ ବ୍ୟୁରୋ: ଓଡ଼ିଶା ପରେଡରେ ଦିଲ୍ଲୀ ଷ୍ଟାଇଲ୍ । ରାଜ୍ୟ ସ୍ତରୀୟ ପରେଡ୍ରେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ଏସ୍ଓଜି ଯବାନ । ଉଗ୍ରପନ୍ଥୀ ଓ ଆତବାଦୀଙ୍କ ମୁକାବିଲା କରୁଥିବା ଏଲାଇଟ୍ ପାରାମିଲିଟାରୀ ୟୁନିଟ୍ ଭୁବନେଶ୍ୱରରେ ସାମିଲ ହୋଇଥିଲେ । ୨୦୦୪ ମସିହାରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏହି ସ୍ପେଶାଲ ଅପରେସନ୍ ଗ୍ରୁପ୍ର ଆରମ୍ଭ କରିଥିଲେ ।

ଭୁବନେଶ୍ୱର ପରେଡ୍ର ଆଉ ଏକ ଆକର୍ଷିଣ ଥିଲା, ଏଥିରେ ସାମିଲ ହୋଇଥିବା ସ୍କେଟିଂ ଟିମ୍ । ଛୋଟ ଛୋଟ ପିଲାମାନେ ସ୍କେଟିଂ କରି ଏହି ପରେଡ୍ରେ ସାମିଲ ହୋଇଥିଲେ । ଯେଉଁମାନେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ସ୍କେଟିଂର ବିଭିନ୍ନ କୌଶଳ ପ୍ରଦର୍ଶନ । ଓଡ଼ିଶା ସ୍କେଟିଂ ଏକାଡେମୀର ସଦସ୍ୟମାନେ ପରେଡ୍ ସ୍ଥଳରେ ପ୍ରଦର୍ଶନ କରିଥିଲେ ଏହି ସ୍କେଟିଂ ସୋ ।

ସେହିପରି ରାଜ୍ୟସ୍ତରୀୟ ପରେଡ୍ରେ ଉପସ୍ଥିତ ଦର୍ଶକଙ୍କୁ ବେଶ ବିମୋହିତ କରିଥିଲା, ଡେୟାର ଡେଭିଲ ସୋ । ବାଇକ୍ ଉପରେ ଦେଖିବାକୁ ମିଳିଥିଲା ଷ୍ଟଂଡ୍ । ଜାତୀୟ ପତାକା ଧରି ବାଇକ୍ ଉପରେ ଦୁଃଶାହାସିକ କୌଶଳ ପ୍ରଦର୍ଶନ କରିଥିଲେ ଏଥିରେ ସାମିଲ ହୋଇଥିବା ସଦସ୍ୟ ।