ନୂଆ କ୍ୟାବିନେଟର ପ୍ରଥମ ବୈଠକ ! ୧୧ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

18

କନକ ବ୍ୟୁରୋ : ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳ ଅଦଳ ବଦଳ ପରେ ପ୍ରଥମ କ୍ୟାବିନେଟ୍ ବୈଠକ । ଏହି ବୈଠକରେ ୧୧ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ରାଜ୍ୟ ଜିଏସଟି ଓ ଭାଟକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ଏହା ସହ କଳିଙ୍ଗନଗର ଗୁଳିକାଣ୍ଡ ତଦନ୍ତ କମିଶନ ରିପୋର୍ଟ ମଧ୍ୟ ଗୃହୀତ ହୋଇଛି । ନିଜସ୍ୱ ଶିଳ୍ପ ପାଇଁ ବିଦ୍ୟୁତ ପ୍ରକଳ୍ପ ଉପରେ ବିଦ୍ୟୁତ ଦର ବଢିଛି । ୟୁନିଟ୍ ପିଛା ୩୦ ପଇସାରୁ ୫୫ ପଇସାକୁ ବଢିଛି । ପୂର୍ବରୁ ନିଜସ୍ୱ ପାୱାର ପ୍ଲାଂଟ ନଥିବା ଶିଳ୍ପ ୫୦ ପଇସା ଦେଉଥିଲେ । ମୁଗଚାଷୀଙ୍କ ପାଇଁ ମୁଗ ସଂଗ୍ରହ କ୍ଷେତ୍ରରେ ଭାଟ ସଂପୂର୍ଣ୍ଣ ଛାଡ କରାଯାଇଛି । ଏହା ସହ ୧୧ଟି ରେଳ ପ୍ରକଳ୍ପ ପାଇଁ ଷ୍ଟାମ୍ପ ଡ୍ୟୁଟି ଛାଡ ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ ।