ଚତୁର୍ଥ ପାଳିର ଶେଷ ବଜେଟ, ଅର୍ଥମନ୍ତ୍ରୀ ଶଶୀ ବେହେରାଙ୍କ ମୁଣିରୁ ବାହାରିଲା କଣ ? 

384

କନକ ବ୍ୟୁରୋ : କନକ ବ୍ୟୁରୋ : ଉପସ୍ଥାପନ ହେଲା ନବୀନ ସରକାରଙ୍କ ଚତୁର୍ଥ ପାଳିର ଶେଷ ବଜେଟ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଧାନସଭାରେ ଆଜି ଅନ୍ତରୀଣ ବଜେଟ ଉପସ୍ଥାପିତ କରିଛନ୍ତି ।ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଶଶୀ ବେହେରା । ମୋଟ ୫୬ ହଜାର ୯ଶହ ୨୧ କୋଟି ଟଙ୍କା ବଜେଟରେ ବ୍ୟୟ ଅଟକଳ ରଖାଯାଇଛି । କାଳିଆ ଯୋଜନାକୁ ଫୋକସରେ ରଖାଯାଇ ବିଜେଟରେ ସର୍ବାଧିକ ଅର୍ଥ ବ୍ୟୟବରାଦ କରାଯାଇଛି । ଏହାବାଦ ଗ୍ରାମାଞ୍ଚଳର ବିକାଶକୁ ମଧ୍ୟ ଦୃଷ୍ଟିରେ ରଖାଯାଇଛି । ଗରିବ, ଚାଷୀ ଓ ଗ୍ରାମାଞ୍ଚଳର ଲୋକଙ୍କୁ ନଜରରେ ରଖି ଏହି ବଜେଟ ଘୋଷଣା କରାଯାଇଛି । ଏବେ ନଜର ପକାନ୍ତୁ ବଜେଟରେ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଦୃଷ୍ଟି ଦିଆଯାଇଛି ।

 

– ବିଧାନସଭାରେ ଉପସ୍ଥାପନ ହେଲା ଶେଷ ବଜେଟ ।
– ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଶଶୀ ବେହେରା
– ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ଓଡିଶାର ଅଭିବୃଦ୍ଧି ହାର ଅଧିକ
– କୃଷକଙ୍କ ସମସ୍ୟା ଦୂର କରିବା ପାଇଁ କାଳିଆ ଯୋଜନାର ଘୋଷଣା ହୋଇଛି ।
– କୃଷକ ମାନଙ୍କ ଆୟ ଦ୍ୱିଗୁଣିତ କରିବାରେ ଓଡିଶା ସଫଳ
– ବିଗତ ୧୮ ବର୍ଷ ମଧ୍ୟରେ ରାଜ୍ୟର ନିଜସ୍ୱ ଆୟ ବଢିଛି
– ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାର ବିକାଶ ହୋଇଛି
– ମଧୁବାବୁ ପେନସନ ଯୋଜନାରେ ୪୮ ଲକ୍ଷ ଲୋକ ସାମିଲ ।
– କାଳିଆ ଯୋଜନା ପାଇଁ ୪୪୬୧ କୋଟି
– କୃଷି ଋଣ ସୁଧ ରିହାତି ପାଇଁ ୮୦୦ କୋଟି
– ପିଠା ଯୋଜନାରେ ୪୦୦ କୋଟିର ବ୍ୟବସ୍ଥା
– ବସୁଧା ଯୋଜନାରେ ୨୯୩୫ କୋଟି
– ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି
– ଟଙ୍କିକିଆ ଚାଉଳ ଯୋଜନା ପାଇଁ ୧୦୨୮ କୋଟି- ମିଶନ ଶକ୍ତି ଯୋଜନା ପାଇଁ ୩୦୧ କୋଟି
– ମମତା ଯୋଜନା ପାଇଁ ୩୦୫ କୋଟି ।
– ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୮୬୪ କୋଟି ।
– ଗୋପବନ୍ଧୁ ଗ୍ରାମୀଣ ଯୋଜନା ୫୦୦ କୋଟି ।
– ବିଜୁ ଯୁବ ବାହିନୀ ଯୋଜନା ପାଇଁ ୧୦୫ କୋଟି ।
– ପାର୍ବତୀ ଗିରି ବୃହତ ଉଠାଜଳସେଚନ ପାଇଁ ୧୭୭୭ କୋଟି ।
– ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୪୬୫ କୋଟି
– ସଡକ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୩୦୦ କୋଟି ।
– ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ଯୋଜନାରେ ୯୫୯ କୋଟି
– ୩୩/୧୧ କେ.ଭି ସବ ଷ୍ଟେସନ ପାଇଁ ୫୩୩ କୋଟି
– ବିଜୁ ସେତୁ ଯୋଜନା ପାଇଁ ୫୦୦ କୋଟି
-ରେଳ ପ୍ରକଳ୍ପର ଉନ୍ନତିକରଣ ପାଇଁ ୪୧୦ କୋଟି ।
– ଉନ୍ନତି ଯୋଜନାରେ ୪୦୧ କୋଟି ।
– ଆଡିବନ୍ଧ ନିର୍ମାଣ ପାଇଁ ୩୫୭ କୋଟି ।
– ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ ୩୫୦ କୋଟି
– ଓଡିଶା ଆଦର୍ଶ ବିଦ୍ୟାଳୟ ଯୋଜନା ପାଇଁ ୩୦୦ କୋଟି
– ବିହନ ଓ ସାର ପାଇଁ କର୍ପସ ଫାଣ୍ଠି ନିମିତ୍ତ ଅର୍ଥ୨୬୦ କୋଟି
– ଜଳକ୍ଲିଷ୍ଟ ଅଞ୍ଚଳରେ ଭୂତଳ ଜଳ ଉତ୍ତୋଳନ ପାଇଁ ୨୫୦ କୋଟି ।
– ଅନୁସୂଚିି ଜାତି ଓ ଜନଜାତିଙ୍କ ଛାତ୍ରବାସ ନିର୍ମାଣ ପାଇଁ ୨୨୭ କୋଟି
– କେନାଲ ପ୍ରଣାଳୀର ସୁବ୍ୟବସ୍ଥିତ କାର୍ଯ୍ୟକ୍ରମ ୨୧୦ କୋଟି ।
– ରାଜ୍ୟ ରାଜପଥ ଉନ୍ନୟନ ପ୍ରକଳ୍ପ ୨୦୦ କୋଟି ।
– ରାଜ୍ୟ ରାଜଧାନୀ ଅଞ୍ଚଳରେ ବିଦ୍ୟୁତକରଣ ସୁବିଧା ପାଇଁ ୧୯୦ କୋଟି
– ଇପିଆର ଅନ୍ତର୍ଗତ ପ୍ରୋତ୍ସାହନ ପାଇଁ ୧୮୮ କୋଟି ।