ଓଡ଼ିଆ ପୁଅ ଦେବାଶିଷ ଉଦ୍ଭାବନ କଲେ ସୁରକ୍ଷା କିଟ୍ ! ଗ୍ୟାସ ଲିକ ହେଲେ ବାଜିବ ଆଲାର୍ମ

63

ଆଜିକାଲି ଘରେ ଘରେ ସମସ୍ତେ ଗ୍ୟାସ ସିଲିଣ୍ଡରର ବ୍ୟବହାର କରୁଛନ୍ତି । ତେବେ ବିଜ୍ଞାନର ଜ୍ଞାନକୌଶଳ ଯୋଗୁଁ ଯେତିକି ସୁବିଧା ହେଉଛି ତା’ଠୁ ଅଧିକ ଅସୁବିଧା ମଧ୍ୟ ଦେଖା ଦେଉଛି । ଗ୍ୟାସ ଯୋଗୁଁ ରୋଷେଇ କରିବା ସିନା ସୁବିଧା ହୋଇଗଲା କିନ୍ତୁ ପ୍ରତିଦିନ ଗ୍ୟାସ ସିଲିଣ୍ଡର ଫାଟି ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଥିବା ଖବର ମଧ୍ୟ ଆସୁଛି । ଏହାକୁ ନଜରରେ ରଖି ଜଣେ ଓଡ଼ିଆ ପୁଅ ଏକ ସୁରକ୍ଷିତ କିଟ୍ ଉଦ୍ଭାବନ କରିଛନ୍ତି ।

ଓଡ଼ିଆ ପୁଅ ଦେବାଶିଷ ଶିବମଙ୍ଗଲ ଉଦ୍ଭାବନ କରିଛନ୍ତି ଏକ ସୁରକ୍ଷା କିଟ୍ । ଏଲପିଜି ଗ୍ୟାସ ଯୋଗୁଁ ହେଉଥିବା ଦୁର୍ଘଟଣାରୁ ବର୍ତ୍ତିବା ସେ ଏହି କିଟ୍ ତିଆରି କରିଛନ୍ତି । ଦେବାଶିଷ ବର୍ତ୍ତମାନ ପୁରୀ ଏସସିଏସ୍ ଜୁନିୟର କଲେଜରେ ଯୁକ୍ତ ୨ ବିଜ୍ଞାନର ଛାତ୍ର । ସେ ତିଆରି କରିଥିବା ଏହି କିଟ୍ ଗ୍ୟାସ ଲିକ ଯୋଗୁଁ ହେଉଥିବା ଦୁର୍ଘଟଣାରୁ ରକ୍ଷା କରିବ ।

ତେବେ ଦେବାଶିଷ ତିଆରି କରିଥିବା କିଟକୁ ସିଲିଣ୍ଡରରେ ଲଗାଇବା ପାଇଁ ପଡ଼ିବ । ଗ୍ୟାସ ଲିକ ହେବାର ଥିଲେ କିଛି ସମୟ ମଧ୍ୟରେ ହିଁ ଏହି କିଟ୍ ଆପଣଙ୍କୁ ଆଗୁଆ ସୂଚନା ଦେଇଦେବ । ଗ୍ୟାସ ଲିକ୍ ହେଲେ ଏକ ଆଲାର୍ମ ବାଜିବ ଏବଂ ଆପଣଙ୍କ ମୋବାଇଲକୁ ମେସେଜ ଯିବ । ଦେବାଶିଷଙ୍କ ଏହି ଉଦ୍ଭାବନ ସ୍ୱାଗତଯୋଗ୍ୟ । ଅଳ୍ପ ବୟସରୁ ଚିନତା କରି ଏପରି ଉଦ୍ଭାବନ କରିବା ଏକ ବନ କଥା । ତେବେ ତାଙ୍କୁ ଓଡ଼ିଶା ଷ୍ଟେଟ କମିଶନ ଅଫ ଚାଇଲ୍ଡ ରାଇଟସ ତରଫରୁ ଏହି ନିଆରା ଉଦ୍ଭାବନ ପାଇଁ ସମ୍ମାନିତ କରାଯାଇଛି । ତେବେ କେବଳ କାଗଜ କଲମରେ ତାଙ୍କ ଜ୍ଞାନକୌଶଳ ବାନ୍ଧି ନହୋଇ ଘରେ ଘରେ ତାଙ୍କର ପହଞ୍ଚୁ ବୋଲି ସେ ଇଚ୍ଛା ପ୍ରକାଶ କରିଛନ୍ତି ।