ନିଲାମ୍ ହେଲା ନମୋଙ୍କ ଚିତ୍ର ! ୫ ଲକ୍ଷ ଟଙ୍କାରେ ନିଲାମ୍ ହେଲା ଓଡିଆ ପୁଅ ବିଜୟ ବିଶ୍ୱାଳଙ୍କ ଦ୍ୱାରା ଅଙ୍କିତ ମୋଦିଙ୍କ ଚିତ୍ର ।

2,788

ଗୋଟିଏ ହାତରେ ବ୍ୟାଗ୍ ଏବଂ ଅନ୍ୟ ହାତରେ ଛତା ଧରି ଯାତ୍ରୀଙ୍କ ଗହଣରେ ରେଲୱେ ଷ୍ଟେସନରୁ ଜଣେ ସାଧାରଣ ବ୍ୟକ୍ତି ଭଳି ଓହ୍ଲାଇ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଚିତ୍ର ୫ ଲକ୍ଷ ଟଙ୍କା ଦରରେ ନିଲାମ୍ ହେବାକୁ ଯାଉଛି । ସବୁଠାରୁ ବଡ କଥା ହେଉଛି ଏହି ଚିତ୍ରକୁ ଓଡିଶାର ଜଣେ ପୁଅ ବିଜୟ ବିଶ୍ୱାଳ ପ୍ରସ୍ତୁତ କରିଛନ୍ତି । ଏହି ଚିତ୍ରଟିକୁ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟ ,ନୂଆଦିଲ୍ଲୀରେ ନିଲାମ୍ କରାଯାଇଛି ।

ଆଶ୍ଚର୍ଯ୍ୟର କଥା ହେଉଛି ଶ୍ରୀ ବିଶ୍ୱାଳ ଏହି ଚିତ୍ରଟିର ଦାମ୍ ୫୦,୦୦୦ ରଖିଥିବା ବେଳେ ନିଲାମ୍ ସମୟରେ ଏହାର ଦାମ୍ ବଢି ୫ ଲକ୍ଷ ଟଙ୍କା ହୋଇଥିଲା । ଜଣେ ଚିତ୍ରଶିଳ୍ପୀଠାରେ ଏହା ଠାରୁ ବଡ ଖୁସି ଆଉ କ’ଣ ହୋଇପାରେ ! ଏହି ଖବରଟିକୁ ଶୁଣି ତାଙ୍କ ଗୋଡ ତଳେ ଲାଗିନଥିଲା । ଶ୍ରୀ ବିଶ୍ୱାଳଙ୍କ ଭାଷାରେ , ‘ମୁଁ ନିଜକୁ ଦୁନିଆର ସବୁଠାରୁ ଖୁସି ଲୋକ ଭାବିଥିଲି ଯେତେବେଳେ ଏହି ଖବରଟି ଶୁଣିଥିଲି । ଓଡିଶାର ଅନୁଗୁଳ ଜିଲ୍ଲାର ପାଲଲହଡାରେ ମୋର ଜନ୍ମ । ସ୍ଥାୟୀ ସରକାରୀ ଚାକିରୀ ଛାଡି ଚିତ୍ର ଆଙ୍କିବା ପେସା କରିଥିବା ଜଣେ ଚିତ୍ରକର ପାଇଁ ଏହି ଖବର ଯେ କେତେ ମହତ୍ତ୍ୱ ରଖେ ତାହା ଭାଷାରେ କହିବା ଅତି କଷ୍ଟକର ବ୍ୟାପାର । ଭାରତୀୟ ରେଳବାଇ ନାଗପୁରରେ ଦୁଇ ଦଶନ୍ଧି ଧରି ଟିକେଟ୍ ଇନ୍ସେପେକ୍ଟର ରୁପେ କାର୍ଯ୍ୟରତ ଥିବା ଶ୍ରୀ ବିଶ୍ୱାଳ ସ୍ୱେଚ୍ଛାକୃତ ଭାବେ ମାର୍ଚ୍ଚ ୨୦୧୭ ମସିହାରେ ଚାକିରୀରୁ ଇସ୍ତଫା ନେଇ ଚିତ୍ରକଳା ସହ ଜଡିତ ହୋଇଥିଲେ ।