ଆଜି ଓଡିଶା ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା ! ୩ଦିନିଆ ଓଡିଶା ଗସ୍ତରେ ଆସି ୪ରେ ଗଞ୍ଜାମ, ୫ରେ ଯାଜପୁର ଯିବେ

28

କନକ ବ୍ୟୁରୋ: ଆଜି ଓଡିଶା ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା । ଆଜି ମଧ୍ୟ ରାତ୍ରିରେ ଭୁବନେଶ୍ୱରରେ ପହଁଂଚିବେ ଅମିତ୍ । ‘ମୋ ବୁଥ୍ ସବୁଠୁ ମଜଭୁତ’ ପରିକଳ୍ପନାକୁ ସାକାର କରିବାକୁ ସେ ଓଡିଶା ଆସୁଛନ୍ତି । ୪ ତାରିଖରେ ସେ ଗଂଜାମ ଯିବେ । ଗଞ୍ଜାମ ହୁଗୁଳାପଟାରେ ‘ମୋ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ଯୋଗଦେଇ ଦଳିତଙ୍କ ଘରେ ଭୋଜନ କରିବେ ।

ଏହାପରେ ବ୍ରହ୍ମପୁରରେ ଏକ ବିଶାଳ ସମାଗମରେ ଉଦବୋଧନ ଦେବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା । । ୫ତାରିଖରେ ସେ ଯାଜପୁର ଗସ୍ତରେ ଯାଇ ବିରଜାଙ୍କ ଦର୍ଶନ କରିବେ । ସେଠାରେ ମଧ୍ୟ ଦଳିତଙ୍କ ଘରେ ଭୋଜନ କରିବା କାର୍ଯ୍ୟକ୍ରମ ରହିଛି । ସେହିପରି ୬ ତାରିଖରେ କନକବର୍ଦ୍ଧନଙ୍କ ଘରେ ବିଜେପିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ଅମିତ ଶାହା । ଭୁବନେଶ୍ୱର ପାଲ୍ ହାଇଟ୍ସରେ ପଂଚାୟତ ପ୍ରତିନିଧି ସମ୍ମିଳନୀରେ ଯୋଗଦେବେ ।

ତେବେ ଅମିତ ଶାହାଙ୍କ ଗସ୍ତ ପାଇଁ ବିଜେପି ପକ୍ଷରୁ ପୋଷ୍ଟର ଓ ଅଡ଼ିଓ ଲଂଚ କରାଯାଇଛି । ରବିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି ଓ ଅମିତ ଶାହଙ୍କ ଗସ୍ତର ରାଜ୍ୟ ସଂଯୋଜକ କାଳନ୍ଦୀ ସାମଲ ପ୍ରମୁଖ ଉପସ୍ଥିତ ରହି ଏହି ଅଡିଓ ଲଂଚ କରିଥିଲେ ।