ସମ୍ମାନ ଆଣିଲା ସର୍ଭେ ରିପୋର୍ଟ । ଓଡ଼ିଶାର ଦୁଇଟି ବେଳାଭୂମିକୁ ସ୍ୱଚ୍ଛ ବେଳାଭୂମି ଭାବେ ମିଳିଲା ସ୍ଥାନ । ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶା ବେଳାଭୂମିକୁ ଅଧିକ ପସନ୍ଦ କରୁଛନ୍ତି ପର୍ଯ୍ୟଟକ ।
କନକ ବ୍ୟୁରୋ: ସ୍ୱଚ୍ଛ ବେଳାଭୂମିରେ ଓଡ଼ିଶା ଆଗରେ । ରାଷ୍ଟ୍ରୀୟ ତଟ୍ଟୀୟ ଅନୁସନ୍ଧାନ କେନ୍ଦ୍ର ବା (ଏନସିସିଆର) ତରଫରୁ ହୋଇଥିବା ସର୍ଭେରେ ଓଡ଼ିଶାର ଦୁଇଟି ବେଳାଭୂମିକୁ ସବୁଠାରୁ ସ୍ୱଚ୍ଛ ବେଳାଭୂମି ଭାବେ ସ୍ଥାନ ମିଳିଛି । ଅନ୍ୟ ରାଜ୍ୟ ତୁଳନାରେ ପୁରୀ ଓ ଗୋପାଳପୁର ବେଳାଭୂମିକୁ ବେଶି ପସନ୍ଦ କରୁଛନ୍ତି ପର୍ଯ୍ୟଟକ ବୋଲି ଏହି ଏନସିସିଆର ସର୍ଭେ ରିପୋର୍ଟ କହୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
India’s cleanest beaches awaits you in Odisha. National Centre for Coastal Research’s study backs our claims. So, this winter, escape the chill, enjoy the warmth of #Odisha’s rich culture and the inviting clean white sandy beaches of #Odisha.#OdishaBeachesCleanest pic.twitter.com/EBR7v3so1m
— CMO Odisha (@CMO_Odisha) January 3, 2020
ସବୁଠାରୁ ବଡ଼କଥା ହେଲା, ଦେଶର ୫ଟି ସ୍ୱଚ୍ଛ ଓ ପରିଚ୍ଛନ ସମୂଦ୍ର ତଟ୍ଟୀୟ ବେଳାଭୂମି ମଧ୍ୟରୁ ଓଡ଼ିଶାର ପୁରୀ ବେଳାଭୂମି ଏବଂ ଗୋପାଳପୁର ବେଳାଭୂମି ବେଶ୍ ସଫାସତୁରା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ ତାମିଲନାଡୁର ଥିରୁଭାଞ୍ଜୁର ବେଳାଭୂମି, କେରଳର କାଝାକୋଟ୍ଟାମ ଏବଂ ଗୁଜୁରାଟର ଡୁମାସ ବେଳାଭୂମିକୁ ସ୍ୱଚ୍ଛ ବେଳାଭୂମି ତାଲିକାରେ ସ୍ଥାନ ମିଳିଛି । ହେଲେ ଓଡ଼ିଶାର ଦୁଇ-ଦୁଇଟି ବେଳାଭୂମିକୁ ସଫାସୁତୁରା ବେଳାଭୂମି ମାନ୍ୟତା ମିଳିବା ନେଇ ଟ୍ୱିଟରେ ଟ୍ରେଣ୍ଡ ଚାଲିଛି ।
ସେପଟେ ସର୍ଭେ ରିପୋର୍ଟରେ ଏଭଳି ସମ୍ମାନ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି । ଆଉ ପର୍ଯ୍ୟଟଙ୍କୁ ଆମନ୍ତ୍ରିତ କରି କହିଛନ୍ତି, ଭାରତର ସବୁଠାରୁ ସ୍ୱଚ୍ଛ ବେଳାଭୂମି ଗୁଡ଼ିକ ଓଡ଼ିଶାରେ ରହିଛି ତେଣୁ ଶୀତକୁ ଭୁଲି ଥରେ ଓଡ଼ିଶା ଆସନ୍ତୁ, ସ୍ୱଚ୍ଛ ବେଳାଭୂମିରେ ଓଡ଼ିଶାର କଳା ସଂସ୍କୃତିର ମଜା ନିଅନ୍ତୁ ।