ନଭେମ୍ବର ୧୬ରୁ ରାଜ୍ୟ ବିଧାନସଭା ! ୨୩ଟି ରହିଛି କାର୍ଯ୍ୟଦିବସ, ହକି ପାଇଁ ଆଗୁଆ ସରିପାରେ ବିଧାନସଭା

ନଭେମ୍ବର ୧୬ ତାରିଖରୁ ବିଧାନସଭାର ଶୀତ ଅଧିେବଶନ ହୋଇପାରେ

61

କନକ ବ୍ୟୁରୋ : ନଭେମ୍ବର ୧୬ ତାରିଖରୁ ବିଧାନସଭାର ଶୀତ ଅଧିେବଶନ ହୋଇପାରେ। ଡିେସମ୍ବର ୧୭ ତାରିଖ ଯାଏ ଏହି ଅଧିବେଶନ ଚାଲିବ। ଏ ମଧ୍ୟରେ ୨୩ଟି କାର୍ଯ୍ୟ ଦିବସ ରହିଛି। ରାଜ୍ୟ ସରକାର ଏମିତି ଏକ ପ୍ରସ୍ତାବ ଉପରେ ତନାଘନା ଚଳାଇଛନ୍ତି। ଏପଟେ ଆଜି ସନ୍ଧ୍ୟାବେଳେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଧାନସଭା ଅଧିବେଶନ ଚଳିତମାସ ତୃତୀୟ ସପ୍ତାହରେ ଆରମ୍ଭ ହେବ କିମ୍ବା ହକି ବିଶ୍ବକପ୍ ପରେ କରାଯିବ, ସେ ନେଇ କ୍ୟାବିେନଟ୍ ବୈଠକରେ ଆେଲାଚନା ହୋଇପାରେ। ତେବେ ଆଜି କ୍ୟାବିେନଟ୍ ନିଷ୍ପତ୍ତି ପରେ ରାଜ୍ୟପାଳ ଏହା ଉପରେ ମୋହର ଲଗାଇେବ ଓ ଏ ସଂକ୍ରାନ୍ତରେ ବିଧିବଦ୍ଧ ସମନ ଜାରି କରାଯିବ। କ୍ୟାବିେନଟରେ ଆଉ କଣ ପ୍ରସ୍ତାବ ଅଛି, ତାହା ଆଜି ଜଣାପଡିବ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଧାନସଭାର ଶୀତ ଅଧିେବଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ଚଳିତ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟ୍ ପାରିତ ହୋଇସାରିଛି। ଏଫ୍ଆରବିଏମ୍ ଆଇନ ଅନୁସାରେ, ଦ୍ବିତୀୟ ଅତିରିକ୍ତ ବଜେଟ୍ ଆଗତର ବ୍ୟବସ୍ଥା ନାହିଁ। ସରକାର ଚାହିଁଲେ କିନ୍ତୁ ଅଧ୍ୟାଦେଶ ଆଣି ବାସଂଶୋଧନ କରି ଦ୍ବିତୀୟ ଅତିରିକ୍ତ ବଜେଟ୍ ଆଣିପାରିବେ। ମାତ୍ର ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦ୍ବିତୀୟ ଅତିରିକ୍ତ ବଜେଟ୍ ଆଗତ ନେଇ ଏଯାଏ କୌଣସି ପ୍ରସ୍ତାବ ଆସିନାହିଁ କିମ୍ବା ତା ଉପରେ କୌଣସି କାର୍ଯ୍ୟ ହେଉନାହିଁ।

 

ଯେହେତୁ ୨୩ଟି କାର୍ଯ୍ୟଦିବସ ବାକି ରହିଛି ଓ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ସବୁଠାରୁ ବଡ଼ ଅଧିେବଶନ ହେବ, ଏଣୁ ବିଭିନ୍ନ ରାଜନୈତିକ ଦଳ ପରସ୍ପରକୁ ମାତ୍ ଦେବା ଲାଗି ଯୋଜନା କରିବେ। ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ବାକି ରହିଥିବା ଗୁରୁତ୍ବପୂର୍ଣ୍ଣ ବିଲ୍ ଆଦିକୁ ପାରିତ କରିବା ଲାଗି ଏହି ଅଧିବେଶନକୁ ବ୍ୟବହାର କରିପାରନ୍ତି। ତେବେ ଏହି ଅଧିେବଶନ ପାଇଁ ଏବେ ହକି ବିଶ୍ବ କପ୍ ବଡ଼ ବାଧକ ସାଜୁଥିବା କୁହାଯାଉଛି। କାରଣ ଉଭୟ ବିଧାନସଭା ଓ ହକି ବିଶ୍ବକପ୍ ପାଇଁ ସୁରକ୍ଷା ଯୋଗାଇବା କାଠିକର ପାଠ। ଏଭଳି ସ୍ଥିତିେର ଅଧିବେଶନକୁ ଆଗୁଆ ଶେଷ କରାଯାଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି। ତେବେ ଅଧିେବଶନ କମିବ କିମ୍ବା ବଢିବ, ତା ଉପରେ ଗୃହ ହିଁ ନିଷ୍ପତ୍ତି ନେବ।

ମତାମତ

Your email address will not be published.