ଆଜି ବି ଚାଲିପାରିଲାନି ବିଧାନସଭା । ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରି ବିଧାନସଭାରେ ବିଜେପିର ହୋହଲ୍ଲା

ନବୀନ-ନରସିଂହଙ୍କ ମଧ୍ୟରେ ସଲାସୁତରା ହୋଇଥିବା ଅଭିଯୋଗ

95

କନକ ବ୍ୟୁରୋ: ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରି ବିଧାନସଭାରେ ବିଜେପିର ହୋହାଲ୍ଲା । ଆଜି ପ୍ରଶ୍ନକାଳରେ ବିଜେପି, ଶାସକ ଓ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ ଇସ୍ତଫା ଦେଇଥିବା ବିଧାୟକ ସଗରିଆଙ୍କ ଚିଠିକୁ ଆଧାର କରି ସଲାସୁତରା ହୋଇଥିବା ଅଭିଯୋଗ ଆଣିଥିଲା । ନବୀନ-ନରସିଂହଙ୍କ ମଧ୍ୟରେ ସଲାସୁତରା ହୋଇଥିବା ଅଭିଯୋଗ ଆଣି ବିଜେପି ସଦସ୍ୟମାନେ ନାରାବାଜି କରିଥିଲେ ।

ବିଜେପିର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା । ନରସିଂହ ମିଶ୍ର କହିଛନ୍ତି, ଚୋର ମଚାଏ ଶୋର । ବିଜେପିକୁ ଜଣ୍ଡିସ ହୋଇଛି । ବିଜେପି-ବିଜେଡି ଭାଇ ଭାଇ ବୋଲି ଆମେ କହିଆସିଛୁ । ବିଜେପି ଯେଉଁ ସଫଳତା ଆଶା କରୁଥିଲା ଦୂରେଇ ଦୂରେଇ ଯାଉଛି, ତେଣୁ କେତେବେଳେ କଣ କହୁଛନ୍ତି ଜାଣିପାରୁନାହାନ୍ତି । ଚିଟଫଣ୍ଡଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗ ଆମେ ଉଠାଇଛୁ । ସେପଟେ ଏହାର କାଂଉଟର ରଣନୀତି ସ୍ୱରୂପ ବିଜେଡି ସଦସ୍ୟମାନେ ନିଜ ଆସନରେ ଛିଡା ହୋଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି କରିଥିଲେ । ଫଳରେ ବାଚସ୍ପତି ଦିନ ୩ଟା ଯାଏ ଗୃହକୁ ମୁଲତବୀ କରିଛନ୍ତି ।

ସେପଟେ ଗୃହରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗ ଉଠାଇଥିଲା ବିଜେଡି । ଦଳ କହିଛନ୍ତି, ବିଜେପିର ଆଭିମୁଖ୍ୟ ଗଣତନ୍ତ୍ର ପାଇଁ ବିପଦ । କେନ୍ଦ୍ର ସରକାର ଦୋମୁହାଁ ନୀତି ଧରିଛି । ଏମଏସପି ବୃଦ୍ଧି ପ୍ରସଙ୍ଗରେ ଗୃହରେ ଆମ ସହ ଦସ୍ତଖତ କଲେ କିନ୍ତୁ ସେପଟେ ପ୍ରଧାନମନ୍ତ୍ରୀ ଦସ୍ତଖତ କଲେ । ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ମୋଦି ରାଜ୍ୟର ପ୍ରତିନିଧିଙ୍କୁ ଦେଖା କରିବାକୁ ସମୟ ଦିଅନ୍ତୁ ବୋଲି କହିଛି ବିଜେଡି ।