କମ୍ପିବ ବିଧାନସଭା : ଆଜିଠାରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

6

କନକ ବ୍ୟୁରୋ : ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ ଆସନ୍ତାକାଲି ଅର୍ଥାତ ବୁଧବାର ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଚଳିତ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟକୁ ଅନୁମୋଦନ ମିଳିବ। ପ୍ରଥମ ପର୍ଯ୍ୟାୟ ଗତ ମାର୍ଚ୍ଚ ୨୦ ତାରିଖରୁ ଆରମ୍ଭ ହୋଇଥିଲା। ୨୩ ତାରିଖରେ ବଜେଟ୍ ଉପସ୍ଥାପନ ହୋଇଥିଲେ ହେଁ, ମାର୍ଚ୍ଚ ୩୧ ତାରିଖ ଦିନ ବିଧାନସଭା ମାତ୍ର ଏକମାସ ପାଇଁ କାମଚଳା ବଜେଟ୍ ଅନୁମୋଦନ ଦେଇଥିଲେ।

 

ପରମ୍ପରା ଅନୁଯାୟୀ, ଆସନ୍ତାକାଲି ବିଧାନସଭାର ବିଭିନ୍ନ ବିଭାଗ ପାଇଁ ଥିବା ଷ୍ଟାଣ୍ଡିଂ କମିଟି ସେମାନଙ୍କର ରିପୋର୍ଟ ଉପସ୍ଥାପନ କରିବେ। ଆସନ୍ତା ୧୨ରୁ ୨୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଗୃହରେ ଆଲୋଚନା ହେବ। ଏପ୍ରିଲ ୩୦ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ। ମେ’ ୫ ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବାର କାର୍ଯ୍ୟସୂଚୀ ରହିଛି। ଏହି ସମୟ ମଧ୍ୟରେ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଓ ପ୍ରସ୍ତାବ ମଧ୍ୟ ଆସିପାରେ। ଉଲ୍ଲେଖନୀୟ, ଯେ ପ୍ରଥମ ପର୍ଯ୍ୟାୟ ବୈଠକ କାଳରେ ଲୋକପାଳ, ଚାଷୀ ଆଦି ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସରଗରମ୍ ହେବ ବୋଲି ଆଶା କରାଯାଉଛି।

Comments are closed.