ଆଜି ବି ଚାଲିପାରିଲାନି ବିଧାନସଭାରେ ପ୍ରଶ୍ନକାଳ : ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ହଙ୍ଗାମା, ଗାନ୍ଧି ମୂର୍ତି ତଳେ ବିଜେଡିର ଧାରଣା

88

କନକ ବ୍ୟୁରୋ : ବିଧାନସଭାରେ ଆଜି ବି ଚାଲିପାରିନାହିଁ ପ୍ରଶ୍ନକାଳ । ଶାସକ ଓ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିବାରୁ ଗୃହ ଚାଲିପାରିନାହିଁ । ଆଜି ବିଧାନସଭାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଢେଙ୍କାନାଳରେ ଗଛକଟା ପ୍ରସଙ୍ଗ ଉଠାଇଥିଲେ ବିଜେପି । ଏନେଇ କଂଗ୍ରେସ ମୁଲତବୀ ପ୍ରସ୍ତାବ ବି ଆଣିିଥିଲା । ସଚିବାଳୟରେ ସିବିଆଇ ପଶିବା ପ୍ରସଙ୍ଗ ଉଠାଇଥିଲା କଂଗ୍ରେସ । ସେପଟେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ କାଟିବା ପ୍ରସଙ୍ଗ ବିଜେଡି ଉଠାଇଥିଲା । ଶାସକ ଦଳର ସଦସ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ଏହାର ପ୍ରତିବାଦ କରିଥିଲେ । ଏହା ପରେ ହଙ୍ଗମା ଜାରି ରଖିବାକୁ ବାଚସ୍ପତି ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ପରେ ବିଜେଡି ବିଧାୟକମାନେ ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ଶନିବାର ଦିନ ବିଧାନସଭା ଆରମ୍ଭରୁ କିଛି ସମୟ ପରେ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଗୃହରେ ଭୁଲ ଉତ୍ତର ରଖିଥିବା ଅଭିଯୋଗ ଆଣି ହଙ୍ଗାମା କରିଥିଲେ ବିରୋଧୀ । ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ । ଏହାପରେ ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ମୁଲତବି ପରେ ବିଧାନସଭାରେ ଉଠିଥିଲା ଚାଷୀ ପ୍ରସଙ୍ଗ । ଶୂନ୍ୟକାଳରେ ଚାଷୀ ସମସ୍ୟା ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବିରୋଧୀଙ୍କ ମୁଲତବି ପ୍ରସ୍ତାବ ଉପରେ ଗୃହରେ ଆଲୋଚନା କରାଯାଇଥିଲା । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଚାଷୀଙ୍କ ସମସ୍ୟା ନେଇ ଉତ୍ତର ରଖିଥିଲେ । ସେହିପରି ଶୂନ୍ୟକାଳରେ ଭତ୍ତା ବୃଦ୍ଧି ଦାବି କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଭତ୍ତା ଟଙ୍କା ୩ଶହରୁ ହଜାରେ ଟଙ୍କା ବଢାଇବାକୁ ନରସିଂହ ମିଶ୍ର ଦାବି କରିଥିଲେ ।