ବିଧାନସଭାରେ ଶୋକପ୍ରସ୍ତାବ ପରେ ହଙ୍ଗାମା ! ଚିଟଫଣ୍ଡ ଓ ଚାଷୀ ପ୍ରସଙ୍ଗରେ ଗୃହର ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ

68

କନକ ବ୍ୟୁରୋ : ବିଧାନସଭାରେ ଶୋକପ୍ରସ୍ତାବରେ ବିରୋଧୀଙ୍କ ହଟ୍ଟଗୋଳ । ଚିଟଫଣ୍ଡ ଓ ଚାଷୀ ସମସ୍ୟାକୁ ନେଇ ଗୃହରେ ବିରୋଧୀ ହଟ୍ଟଗୋଳ କରିଛନ୍ତି । ଚିଟଫଣ୍ଡ ପ୍ରସଙ୍ଗକୁ ନେଇ ଗୃହର ମଧ୍ୟଭାଗକୁ ଆସି ବିଜେପି ସଦସ୍ୟ ହୋହାଲ୍ଲା କରିଥିଲେ । ଚାଷୀ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ମାନେ ମଧ୍ୟ ହଙ୍ଗାମା କରିଛନ୍ତି । ସେହିପରି ଶାସକ ଦଳ ଉଠାଇଛି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ । ନିଜ ଆସନରେ ଛିଡା ହୋଇ ବିଜେଡି ବିଧାୟକ ନାରାବାଜି କରିଥିଲେ । ଫଳରେ ହଙ୍ଗାମା ଯୋଗୁ ଗୃହକୁ ଘଂଟାଏ ପାଇଁ ମୁଲତବୀ କରାଯାଇଛି ।

ସୂଚନାଯୋଗ୍ୟ ଗତକାଲି ଚିଟଫଣ୍ଡ ଉପରେ ଆକ୍ଷେପ କରି ଉଭୟ ମମତା ଓ ନବୀନଙ୍କୁ ଟାର୍ଗେଟ କରି ବିଜେପି ସଦସ୍ୟ ମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ବିଜେପି ସଦସ୍ୟମାନେ ବ୍ୟାନର ଧରି ପାଟିତୁଣ୍ଡ କରିଥିଲେ । ଚିଟଫଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋଷୀଙ୍କୁ ଘଂଟ ଘୋଡ଼ାଉଥିବା ଅଭିଯୋଗ କରି ଗୃହରେ ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ସେହିପରି କଂଗ୍ରେସ ସଦସ୍ୟ ମାନେ ଚାଷୀ ସମସମ୍ୟା ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ ।