ବିଧାନସଭାରେ ପୁଣି ଚାଷୀ ପ୍ରସଙ୍ଗ : ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା

101

କନକ ବ୍ୟୁରୋ: ମୁଲତବୀ ପରେ ବିଧାନସଭାରେ ଉଠିଲା ଚାଷୀ ପ୍ରସଙ୍ଗ । ଶୂନ୍ୟକାଳରେ ଚାଷୀ ସମସ୍ୟା ପ୍ରସଙ୍ଗରେ ଆଲୋଚନା ହୋଇଛି । ବିରୋଧୀଙ୍କ ମୁଲତବି ପ୍ରସ୍ତାବ ଉପରେ ଗୃହରେ ଆଲୋଚନା କରାଯାଇଛି । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଚାଷୀଙ୍କ ସମସ୍ୟା ନେଇ ଉତର ରଖିଛନ୍ତି । ସେହିପରି ଶୂନ୍ୟକାଳରେ ଭତା ବୃଦ୍ଧି ଦାବି କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଭତା ଟଙ୍କା ୩ଶହରୁ ହଜାରେ ଟଙ୍କା ବଢାଇବାକୁ ନରସିଂହ ମିଶ୍ର ଦାବି କରିଛନ୍ତି ।

ଆଜି ବିଧାନସଭା ଆରମ୍ଭର କିଛି ସମୟ ପରେ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଗୃହରେ ଭୁଲ ଉତର ରଖିଥିବା ଅଭିଯୋଗ ଆଣି ହଙ୍ଗାମା କରିଥିଲେ ବିରୋଧୀ । ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ । ଏହାପରେ ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଆଦିବାସୀ ବ୍ୟାପାର ମନ୍ତ୍ରୀ ଗୃହରେ ଭୁଲ ଉତର ରଖୁଛନ୍ତି । ତାଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଅଣାଯିବ । ବିଜେପି ବିଧାୟକ ରବି ନାଏକ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ ।