ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଆଶା କର୍ମୀ । ବିଭିନ୍ନ ପ୍ରକାର ଦାବି ପୂରଣ ପାଇଁ ଲୋୟର ପିଏମଜିରେ ଆଶା କର୍ମୀ
ଲୋୟର ପିଏମଜିରେ ଗର୍ଜିଛନ୍ତି ଆଶା କର୍ମୀ
କନକ ବ୍ୟୁରୋ: ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା ଆଶା କର୍ମୀ ଲୋୟର ପିଏମଜିରେ ଗର୍ଜିଛନ୍ତି। ହଜାର ହଜାର ଆଶାକର୍ମୀ ରେଳ ଷ୍ଟେସନରେ ପହଞ୍ଚିବା ପରେ ସେଠାରୁ ଏକ ଶୋଭାଯାତ୍ରାରେ ଆସି ଏଠାରେ ସରକାର ବିପକ୍ଷରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିସନ୍କୁ ସ୍ଥାୟୀ କରିବା, ମାସିକ ବେତନ ୧୮୦୦୦ କରିବା, ସାମାଜିକ ସୁରକ୍ଷା ଯୋଗାଇଦେବା, ୫ ଲକ୍ଷ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ, ୨ ଲକ୍ଷ ଅବସର ରାଶି ପ୍ରଦାନ, ଟିକାକରଣ ପାଇଁ ତାଲିମ୍ ଦେବା, ଏଏନ୍ଏମ୍ ନିଯୁକ୍ତିରେ ଆଶାକର୍ମୀଙ୍କୁ ପ୍ରାଥମିକତା ଦେବା, ବୟସ ସୀମାକୁ ହଟାଇ ଯୋଗ୍ୟତା ଆଧାରରେ ସୁପର ଭାଇଜର୍ ପଦବିକୁ ପଦୋନ୍ନତି ଦେବା, ବର୍ଷକୁ ଦୁଇହଳ ପୋଷାକ ପ୍ରଦାନ, ମମତା ଯୋଜନା ପାଇଁ ପ୍ରୋତ୍ସାହନ ରାଶି, ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶ୍ରାମସ୍ଥଳ, ଯାତାୟାତ ଖର୍ଚ୍ଚ, କେନ୍ଦ୍ର ସରକାରଙ୍କ ପ୍ୟାକେଜ୍ ଲାଗୁ କରିବା, ଆଶାକର୍ମୀଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଆଶାକର୍ମୀଙ୍କୁ ଅନ୍ତର୍ଭୁକ୍ତ କରିବା ପ୍ରଭୃତି ଦାବି ନେଇ ସାଧାରଣ ସମ୍ପାଦିକା
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରତିମା ସାମଲ ଓ ସଭାନେତ୍ରୀ କମଳା ବେହେରାଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫ ହଜାରରୁ ଊର୍ଦ୍ଧ୍ବ ଆଶାକର୍ମୀ ଏକାଠି ହୋଇଥିଲେ। ଆଶାକର୍ମୀଙ୍କ ଦ୍ବାରା ହିଁ ମାତୃ ଶିଶୁ ମୃତ୍ୟୁ ହାର କମିଛି। ଅଧିକାଂଶ ପ୍ରସବ ସରକାରୀ କେନ୍ଦ୍ରରେ ହେବା ପଛରେ ମଧ୍ୟ ଆଶାକର୍ମୀଙ୍କ ଅବଦାନ ରହିଛି। କିନ୍ତୁ ସେମାନଙ୍କ ଦାବି ପୂରଣ କରାଯାଉ ନଥିବାରୁ ବିକ୍ଷୋଭ ସଭାର ନେତୃତ୍ବ ନେଉଥିବା ଭାରତୀୟ ମଜଦୂର ସଂଘର ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ବସନ୍ତ ସାହୁ, ବିନୟ ତ୍ରିପାଠୀ, ସାନ୍ତନୁ ମହାପାତ୍ର, ଶଶିକାନ୍ତ ନାୟକ, ଲକ୍ଷ୍ମଣ ଦାସ, ବିରଞ୍ଚି ପଣ୍ଡା, ଆଶାକର୍ମୀ ସଂଘ କୋଷାଧ୍ୟକ୍ଷ ମମତା ମହାନ୍ତି, କୁମମଣି ଦେଈ, ସ୍ବପ୍ନାରାଣୀ ମିଶ୍ର, ମମତା ବିଶ୍ବାଳ, ଝୁଲି ସ୍ବାଇଁ, କନିକା ମଲ୍ଲିକ, ସୁମତି ଆଚାର୍ଯ୍ୟ ପ୍ରମୁଖ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ବିଭାଗୀୟ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।