ହାତୀକୁ ନେଇ ଆନ୍ଧ୍ର ଓ ଓଡିଶା ଛକାପଞ୍ଝା ! ବାଣ ଫୁଟାଇ ଓଡିଶା ଆଡ଼କୁ ହାତୀ ଘଉଡାଇଦେଲା ଆନ୍ଧ୍ର

83

କନକ ବ୍ୟୁରୋ : ହାତୀକୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଛକାପଞ୍ଝା । ଆନ୍ଧ୍ର ଜଙ୍ଗଲରୁ ଏକ ହାତୀ ପଲ ଓଡିଶା ଜଙ୍ଗଲ ଭିତରକୁ ପଶିଆସିଥିବା ରାୟଗଡ ବନ ବିଭାଗ କହୁଥିବା ବେଳେ ଆନ୍ଧ୍ରର କୁରୁପାମ ଜଙ୍ଗଲ ଅଧିକାରୀ ଏହାକୁ ମାନିବାକୁ ନାରାଜ । ଗତ ଶନିବାରଠୁ ୭ଟି ହାତୀ ପଲ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ସିତମପେଟା ଜଙ୍ଗଲରୁ ଆସି ଅନିଜା ଗାଁର ଜଙ୍ଗଲରେ ପଶିଥିଲେ । ରାୟଗଡା ଜଙ୍ଗଲ ବିଭାଗର କର୍ମଚାରୀ ହାତୀକୁ ଘଉଡାଇ ଓଡିଶା ସୀମା ପାର କରିଥିଲେ ।

https://www.elephants.com

ଆନ୍ଧ୍ରପ୍ରଦେଶର କୁରୁପାମ ରେଂଜ ପଡଗୁୱାଲାସା ନିକଟରେ ହାତୀ ପଲ ଥିବା ବେଳେ ଆନ୍ଧ୍ରର ଜଙ୍ଗଲ ବିଭାଗ ବାଣ ଫୁଟାଇ ହାତୀ ଉପରୁ ହାବେଳି ବାଣ ଛାଡୀ ଓଡିଶା ସୀମାକୁ ଘଉଡାଇଥିଲେ । ଫଳରେ ସୀମାନ୍ତରେ ଥିବା ଗାଁ ଗୁଡିକର ଲୋକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସଂନ୍ଧ୍ୟା ହେଲେ ଘରୁ ବାହାରିବାକୁ ଡରୁଛନ୍ତି ।ହାତୀ ଚଳାଚଳ କରୁଥିବା ଅଂଳଚରେ ଗତ ୭ ଦିନ ଦରି ବିଦ୍ୟୁତ କାଟ କରାଯାଇଛି । ଫଳରେ ଲୋକମାନେ ମୋବାଇଲ ସେବାଠୁ ଆରମ୍ଭ କରି ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ହାତୀ ଆନ୍ଧ୍ରର ନା ଓଡିଶାର ବିବାଦ ମଧ୍ୟରେ ଉଭୟ ପ୍ରଶାସନିକ ଅଧିକାରୀ ଛନ୍ଦି ହୋଇପଡିଛନ୍ତି ।